ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁଶାସନ, ସ୍ବଚ୍ଛ ଭାବମୂର୍ତ୍ତି ଏବଂ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ କୃଷ୍ଣପ୍ରସାଦ ବ୍ଲକ ଗୋମୁଣ୍ଡିଆ ପଞ୍ଚାୟତର ହରିଚନ୍ଦନପୁର ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ବିଜେପି ଦଳକୁ ପ୍ରତ୍ୟାଖାନ କରି ରବିବାର ଦିନ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଆଗାମୀ ଦିନରେ କୃଷ୍ଣପ୍ରସାଦ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ସୃଦୃଢ଼ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ସାଂସଦଙ୍କ ପ୍ରତିନିଧି ରାଜ କିଶୋର ବିଶ୍ୱାଳ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜେନା, ହେମନ୍ତ ଜେନା, ବିଜୟ ତରେଇ, ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଜ୍ଞାନ ଚାନ୍ଦ୍ ପ୍ରଧାନ ଓ ଯୁବ ଜନତା ଦଳର ସଭାପତି ଅଭୟ କୁମାର ତରେଇ ଉପସ୍ଥିତ ଥିଲେ।
Related Stories
August 24, 2024