କନ୍ଧମାଳ – କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଂଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ଏହାକୁ ରୋକିବାକୁ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ଫିରିଙ୍ଗିଆ ଥାନା ପୁଲିସ ଡିମିରିଗୁଡା ପଂଚାୟତ ଅନ୍ତର୍ଗତ ଦୁର୍ଗମ ଅଂଚଳରେ ୧୦୫ ଏକର ଜମିରୁ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ପ୍ରାୟ ଏକ ଲକ୍ଷରୁ ଉଦ୍ଧ୍ୱର୍ ଲଗାଯାଇଥିବା ଗଞ୍ଜେଇ ଚାରା କାଟି ପୋଡି ଦିଆଯାଇଛି । କଟାଯାଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ତେବେ ଏହି ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ବେଳେ କେଉଁମାନେ ଏହି ଚାଷ କରିଥିଲେ ଜଣା ପଡି ନଥିବାରୁ ଘଟଣାରେ କାହାରିକୁ ଗିରଫ କରାଯାଇ ପାରିନଥିବା ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024