
ନାସିକ, ଜାତୀୟ ଉର୍ଦୁ ଭାଷା ବିକାଶ ପରିଷଦ (ଏନସିପିୟୁଏଲ)ର ନିର୍ଦେଶକ ଡ. ଅକିଲ ଅହମଦ କହିଛନ୍ତି ଯେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉର୍ଦୁ ଭାଷାର ପ୍ରଚାର ପାଇଁ ଚେଷ୍ଟିତ ଅଛନ୍ତିା
ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଁଓ ଠାରେ ଆୟୋଜିତ ଉର୍ଦୁ ପୁସ୍ତକ ପ୍ରଦର୍ଶନୀକୁ ଉଦଘାଟନ କରି ଡ. ଅହମଦ ଏହା କହିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ପିଲା ଦିନକୁ ପୁସ୍ତକ ପଢିବା ପ୍ରତି ଗଭୀର ଆଗ୍ରହ ରହି ଆସିଛି । ନୂଆ ପୀଢି ଶିଶୁ ସାହିତ୍ୟ ଜରିଆରେ ପୁସ୍ତକ ଆଡକୁ ଅଗ୍ରସର ହେଉ ବୋଲି ସେ ଚାହାନ୍ତି । ଭଲ ପୁସ୍ତକ ପଢି ନୂଆ ପୀଢିର ବିକାଶ ହୋଇ ପାରିବ । ଏହା ଦ୍ୱାରା ଭବିଷ୍ୟତରେ ଲେଖକ ଓ ବିଚାରଶୀଳ ନାଗରିକ ତିଆରି ହୋଇ ପାରିବେ ।
ସେ କହିଛନ୍ତି େ ଯ ମାଲେଗାଓଁ ଠାରେ ଉର୍ଦୂ ଭାଷା ଜାଣିଥିବା ଲୋକ ଖୁବ ଅଧିକ ସଂଖ୍ୟାରେ ଅଛନ୍ତି । ଏହା ଫଳରେ ସାରା ଦେଶର ଉର୍ଦୂ ପ୍ରକାଶକ ମାନେ ବଡ ଆଶାରେ ମାଲେଗାଓଁ ଆସିଛନ୍ତି । ଏହି ପୁସ୍ତକ ପ୍ରଦର୍ଶନୀରେ ୧୬୮ ପୁସ୍ତକ ପ୍ରକାଶକ ନିଜର ଷ୍ଟଲ ଲଗାଇଛନ୍ତି । ସ୍ଥାନୀୟ ଲୋକ ମାନେ ପ୍ରକାଶକ ମାନଙ୍କର ପୁସ୍ତକ କ୍ରୟ କରି ସେମାନଙ୍କର ଉତ୍ସାହ ବଢାଇବାକୁ ସେ ଆହ୍ୱାନ କରିଛନ୍ତି ।
ସେ କହିଛନ୍ତି ଯେ ଏନସିପିୟୁଏଲର ବଜେଟ ପୂର୍ବରୁ ଶହେ କୋଟି ଟଙ୍କା ଥିଲା ଓ ବର୍ତମାନର ସରକାର ଏଥିରେ ୧୫୦ ପ୍ରତିଶତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହାନ୍ତି ଯେ ଦେଶରେ ଉର୍ଦୂ ଭାଷାର ପ୍ରଚାର ପ୍ରସାର ହେଉ ବୋଲି ସେ କହିଛନ୍ତି ।