
-
ରାଜ୍ୟରେ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସ୍ଥାନ
ଭୁବନେଶ୍ବର, ଗତ ରାତ୍ରରେ ରାଜ୍ୟର ୯ ସ୍ଥାନରେ ତାପମାତ୍ରା ୧୨ ଡିଗ୍ରି ତଳେ ଥିବା ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡ଼ି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ଥିଲା ଓ ଏଠାରେ ତାପମାତ୍ରା ୮.୫ ଡିଗ୍ରି ସେଲସିଅସ୍ ଥିଲା । ଭୁବନେଶ୍ବର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୧୨ ଡିଗ୍ରି ତଳେ ଥିବା ସହରଗୁଡ଼ିକ ହେଲା, ଝାରସୁଗୁଡ଼ା ୧୧.୨, ଦାରିଙ୍ଗବାଡି ୮.୫, କୋରାପୁଟ ୯.୫ , ସୁନ୍ଦରଗଡ଼ ୧୦, ଫୁଲବାଣୀ ୯.୫, ଟିଟଲାଗଡ଼ ୧୦.୮, ଭବାନୀପାଟଣା ୧୧.୬, ସୋନପୁର ୧୦.୮, ବଲାଙ୍ଗୀର ୯.୦ ଡିଗ୍ରି ସେଲସିଅସ୍। ସେହିପରି ଅପରପକ୍ଷରେ କଟକରେ ୧୫ ଓ ଭୁବନେଶ୍ୱରରେ ୧୫.୧ ଡିଗ୍ରି ସେଲସିଅସ୍ ତାପମାତ୍ରା ରେକର୍ଡ କରାଯାଇଛି।