ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଦଳକୁ ସୁସଂଗଠିତ କରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଜିମାତ୍ ପାଇଁ ଵିଧାୟକ ଯାଜପୁର ତଥା ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣଵ ପ୍ରକାଶ ଦାସଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟମକୋଣ୍ଡା ପଞ୍ଚାୟତ ସଭା କକ୍ଷରେ କାଲିମେଳା ଵ୍ଳକଜୋନ୍ ୨ ର ୭ ଗ୍ରାମ ପଞ୍ଚାୟତରୁ ୬ ଗୋଟି ଗ୍ରାମପଞ୍ଚାୟତରେ ଵିଜୁ ଜନତା ଦଳ ତରଫରୁ ସମୀକ୍ଷା ଵୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଵିଜୁ ଜନତା ଦଳର ଯୁଗ୍ମ ସମ୍ପାଦକ ତଥା ମାଲକାନଗିରି ଜିଲ୍ଲା ସଂଯୋଜକ ପ୍ରକାଶ ଚନ୍ଦ୍ର ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ତଥା ଜୋନ୍ ୨ ର ସଂଯୋଜକ ଗୋପାଳକୃଷ୍ଣ ପଣ୍ଡା, ଵ୍ଳକ ସଭାପତି ଶରତ ଚନ୍ଦ୍ର ଵିଶ୍ଵାଳ, ସାଂସଦ ପ୍ରତିନିଧି ଇଂ. ଭେଙ୍କଟ ରାଓ, ଜୋନ୍ ସହ ସଂଯୋଜକ ଦିଲ୍ଲୀପ ଵିଶ୍ଵାସ, ଜିଲ୍ଲା ସମ୍ପାଦକ ଅନୁପ ମିସ୍ତ୍ରୀ, ମାନ୍ୟମକୋଣ୍ଡା ସରପଞ୍ଚ ହରି ଗୋଲରି, ଯୁବ ନେତା ଅମିତ ବଳ, ରଵିନ ଦାସ, ନିର୍ମଳ ସରକାରଙ୍କ ସହ ପଞ୍ଚାୟତ ସଭାପତି ମାନଙ୍କୁ ନେଇ ଓ୍ଵାଡ଼ କମିଟି ଓ ହାଉସ ଟ୍ୟାଗିଂ ଉପରେ ସମୀକ୍ଷା ହୋଇଥିଲା । ଏହି ବୈଠକ ରେ ପ୍ରେମାନନ୍ଦ ବାଚାଡ, ନିମାଇଁ ରଞ୍ଜଧର, ଵିଷ୍ଣୁପଦ ମଣ୍ଡଳ, ଆନନ୍ଦ ଖିଲ, ଵିଷ୍ଣୁ ମଣ୍ଡଳ, ସପନ ମଜୁମଦାର, ଓ୍ଵାଡ଼ କମିଟି ଗଠନ କରିବାରେ ସହଯୋଗ କରିଥିଲେ ।
ସେହିପରି କାଲିମେଳାର ଠାରେ ଅନୁଷ୍ଠିତ ଵୈଠକରେ ଜୋନ୍ ସଭାପତି କାର୍ତ୍ତିକ ଦେବନାଥ, ଵ୍ଳକ ଯୁବ ସଭାପତି ପ୍ରମୋଦ ପଟ୍ଟନାୟକ, ପ୍ରଦୀପ ମଣ୍ଡଳ, କାଲିମେଳା ପଞ୍ଚାୟତ ସଭାପତି ସୁଜୟ, ଯୁବ ନେତା ପୃଥ୍ବୀରାଜ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।