
ମାଲକାନଗିରି, ଆଜି ମାଲକାନଗିରି ଜିଲ୍ଲା ଜୟ ମା ଦୁର୍ଗା ଟାକ୍ସି ଚାଳକ ସଙ୍ଘ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥ୍ରେ ଆଗାମୀ ଦିନରେ ସଙ୍ଘର ନିର୍ବାଚନ , କାର୍ଯ୍ୟ ଗୃହ ଓ ସଙ୍ଘ କିପରି ସୁପରିଚାଳନା ହେବ ସେ ନେଇ ଆଲୋକ ପାତ କରାଯାଇଥିଲା | ଏହି ବୈଠକ ମାଲକାନଗିରି ର ପୁରୁଣା ମେଡ଼ିକାଲ ଛକ ରେ ଆୟୋଜନ କରାଯାଇଥିଲା ଏଥି ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ମାନସ ମାଡ଼କାମୀ , ବିଜୁ ଯୁବ ଜନତା ଦଳର ସଭାପତି ଆଡ଼ମା ରାବା , ବରିଷ୍ଠ ଆଇନଜୀବି ଲମ୍ବୋଦର ତୁରୁକ୍ , ଟ୍ୟାକ୍ସି ଚାଳକ ସଂଘ ସଂପାଦକ ଶିବୁ ପ୍ରସାଦ କିର୍ତାନୀୟା , ପୂର୍ବତନ ମାଲକାନଗିରି ବ୍ଲକ ସଭାପତି ସର୍ବେଶ୍ୱର ବିଷୋୟୀ , ମାଲକାନଗିରି ପୌରପରିଷଦ ଯୁବ ସଭାପତି ରାଜିବ ଲୋଚନ ସୀସା , ଟ୍ୟାକ୍ସି ସଂଘ ଉପଦେଷ୍ଟା ସଞ୍ଜୀବ କୁମାର ବାଲା , ସୁରେନ୍ଦ୍ର ପଟ୍ଟନାୟକ , ଦିନେଶ୍ ଶଗରିଆ , କୋଷାଧ୍ୟକ୍ଷ ସୁଶିଲ ଖୋସ୍ଲା , ରାଜୁ ହିଆଲ , ରାମ କୁମାର , ଡମ୍ବରୁ ମାଝୀ , ଗୁରୁ କବାସି , ଓ ଚାଳକ ସଂଘର ବହୁ ସଭ୍ୟ ଯୋଗ ଦେ ଇଥିଲେ ।