
ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ସ୍ଥିତ ଗୀତଘରା ପାହାଡ଼ରେ ପାଖାପାଖି ୬ ମାସ ତଳେ ଲଗାଯାଇଥିବା ନୂଆ ପ୍ଲାଣ୍ଟେସନର ପରିଦର୍ଶନ କରିଛନ୍ତି ସିସିସିଏଫ ଶିଶିର କୁମାର ରଥ । ଗିତଘରା ପାହାଡ଼ର ୧୧.୮ ହେକ୍ଟର ଜମିରୁ ୧୦ ହେକ୍ଟର ଜମିରେ ୧୬ ହଜାର ଗଛ ଲଗାଯାଇଛି । ଏଥିରେ ବାଉଁଶ, ପଣସ, କରଞ୍ଜ, କାଜୁ, ଅଁଳା, ନିମ୍ବ, ବାହାଡା, ବଡ ଚାକୁଣ୍ଡା, ଧଳା ସିରିସ, ମୁନ୍ଦେ, କୁରେ , ତେନ୍ତୁଳି, ଆମ୍ବ ଭଳି ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି ହେଲେ ଖରା ମାସରେ ତତଲା କଡେଇ ଉପରେ ଥିବା ଭଳି ଅନୁଭବ ହୋଇଥାଏ ଅଞ୍ଚଳ ବାସିଙ୍କୁ । କାହିଁକି ନା ଏହି ଅଞ୍ଚଳରେ ଥିବା ଟିଟିଲାଗଡ ରାସ୍ତା ଖୁଜେନ ପାହାଡକୁ ଛାଡିଦେଲେ ପ୍ରାୟ ପାହାଡ଼ ଲଣ୍ଡା ଅବସ୍ଥାରେ । ଉନ୍ଦେର ନଦୀରେ ବର୍ଷର ବାର ମାସରୁ କେବଳ ବର୍ଷା ସମୟରେ ପାଣି ରହେ ବାକିଦିନ ସୁଖା ରହୁ ଥିବାରୁ ଏଠାରେ ବିସ୍ତିର୍ଣ୍ଣ ବାଲୁକାରାଶି, ତେଣୁ ଏହାର ପ୍ରଭାବରେ ସାଧାରଣ ଦିନରେ ଏଠାରେ ୩୫ ଡିଗ୍ରୀ ପାର କରିଥାଏ ଗରମ । ଏହାକୁ ନଜରରେ ରଖି ଜୁଲାଇ ମାସରେ ପ୍ଲାଣ୍ଟେସନ ସମୟରେ ଅତିଥି ଭାବେ ଯୋଗଦେଇ ଥିବା ସମାଜସେବୀ ଅନିଲ କୁମାର ତ୍ରିପାଠୀ, ସିନ୍ଧେକେଲା ସରପଞ୍ଚ ରାଜା ଥନାପତୀ, ଜିଲ୍ଲାପରିଷଦ ସଦସ୍ୟା ଛନ୍ଦାରାଣୀ ନାଏକ ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କୁ ଖରାଦିନେ ପାଣି ବ୍ୟବସ୍ଥା କରିବା କରିବା ପାଇଁ ନିବେଦନ କରିଥିଲେ । ସିସିସିଏଫ ଏହି ନୁଆ ପ୍ଲାଣ୍ଟେସନ ପରିଦର୍ଶନ କରିବା ସହ ଖରାଦିନେ ପାଣିର ଆବଶ୍ୟକତାକୁୁ ଅନୁଭବ କରି ସେ ଏହା କାର୍ଯ୍ୟକାରି କରିବାକୁ ଆଶ୍ବାସନା ଦେଇଥିବା ସୂଚନା ମିଳିଛି ।
ଏହି ଅବସରରେ ଆରସିସିଏଫ ଅଶ୍ବିନୀ କୁମାର କର, ଡିଏଫଓ ନିତିଶ କୁମାର, ଏସିଏଫ ରାଜୁ ବେହେରା, ବାବାଜୀ କୁମାର ରାଉଳ, ଅଜିତ କୁମାର ବିଶି, ରେଞ୍ଜର ନୀଳାଦ୍ରି ଭୋଇ, ଫରେଷ୍ଟର ହରିହର ସ୍ବାଇଁ, ଫରେଷ୍ଟ ଗାର୍ଡ ହିମାଂଶୁ ପଣ୍ଡା, କିର୍ତ୍ତି ଚନ୍ଦ୍ର ସୁଆର, ସତ୍ୟ ନାରାୟଣ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।