କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶନିବାର ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ,ଓଡ଼ିଶାଙ୍କ ଅନୁକୂଲ୍ୟ ରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର , ଘୋଡ଼ାବାଜର, ପୁରୀ ପରିସରରେ ‘ ରାଷ୍ଟ୍ରୀୟ ଶିକ୍ଷାନୀତି କ୍ରିୟାନ୍ଵୟନରେ ଶିକ୍ଷକ ଓ ଅଭିଭାବକ ଙ୍କ ଭୂମିକା ‘ ଶୀର୍ଷକରେ ସଙ୍କୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ,
1.ଶ୍ରୀଯୁକ୍ତ ଅଶ୍ୱିନୀ ନାୟକ, ପ୍ରାନ୍ତ ବିଦ୍ୱତ ପରିଷଦ ସଂଯୋଜକ ,ଶିକ୍ଷାବିକାଶ ସମିତି, ଓଡିଶା
2. ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ, ଉପସଭାପତି ,ହରଚଣ୍ଡୀ ସହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର
3. ଶ୍ରୀଯୁକ୍ତ ପ୍ରମୋଦ କୁମାର କର, ପୁରୀ ସଂକୁଳ ପ୍ରମୁଖ
4. ପୁରୀ DIET ର ଅବସର ପ୍ରାପ୍ତ ଶିକ୍ଷକ-ପ୍ରଶିକ୍ଷକ
ଶ୍ରୀଯୁକ୍ତ ବଳଭଦ୍ର ପୂଜାପଣ୍ଡା ଓ ଶ୍ରୀଯୁକ୍ତ ଅବନୀଶ ରଥ
5. ଚଣ୍ଡେଶ୍ୱର ମହାପାତ୍ର , ଅଧ୍ୟକ୍ଷ , DIET, ପୁରୀ
6. ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ଅଧ୍ୟାପକ, ସୁରଜମଲ୍ଲ ଶାହା ମହାବିଦ୍ୟାଳୟ, ପୁରୀ
7. ବିଦ୍ୟାଳୟ ପରିଚାଳନା ସମିତିର ସଭାପତି – ଅଭିମନ୍ୟୁ ଭୂୟାଁ,ସମ୍ପାଦକ- ସୀମାଞ୍ଚଳ ପଣ୍ଡା,ଯୁଗ୍ମ ସମ୍ପାଦକ- ବିକାଶ ଦତ୍ତ
8. ଶ୍ରୀଯୁକ୍ତ ଜନ୍ମେଜୟ ମିଶ୍ର ଓ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ – ଶିକ୍ଷାବିତ
9. ପ୍ରଧାନ ଆଚାର୍ଯ୍ୟ / ସଙ୍କୁଳ ସଂଯୋଜକ- ଶ୍ରୀଯୁକ୍ତ ଅରବିନ୍ଦ ଦାସ ମହୋଦୟ ସମେତ ପୁରୀ ସଂକୁଳ ଅନ୍ତର୍ଗତ ୧୦ ଟି ବିଦ୍ୟାଳୟ ର ପ୍ରଧାନଚାର୍ଯ୍ୟ ଓ ବିଦ୍ୱତ ପରିଷଦର ଶିକ୍ଷାବିତମାନେ ଉପସ୍ଥିତ ଥିଲେ।
ଶିକ୍ଷାବିତ ମାନେ ଶିଶୁ ର ବୟସ ଅନୁପାତରେ ଶିକ୍ଷାର ଅଗ୍ରଗତି , ଶିଶୁର ସର୍ବାଙ୍ଗୀନ ଉନ୍ନତିରେ ଶିକ୍ଷାର ଗୁରୁତ୍ୱ ,ଜାତୀୟ ଶିକ୍ଷା ନୀତି ଆଧାରରେ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷକ ଓ ଅଭିଭାବକଙ୍କ ଦାୟିତ୍ୱବୋଧ ସମେତ ପୁରାତନ ଶିକ୍ଷା ନୀତି ଠାରୁ ନୂତନ ଶିକ୍ଷାନୀତି କିପରି ଭିନ୍ନ ଓ ଯୁଗୋପଯୋଗୀ ତାହା ଦର୍ଶାଇ ଥିଲେ।
ସମସ୍ତ କାର୍ଯ୍ୟକ୍ରମ ସଙ୍କୁଳ ସଂଯୋଜକ ଙ୍କ ତତ୍ତ୍ଵାବଧାନରେ ଓ କାର୍ଯ୍ୟକ୍ରମ ର ପରିଚାଳକ ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ସାହୁ ଓ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମାଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା ।