ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଉତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେର ଭିତି ପ୍ରସ୍ତର ସ୍ଥାପନ କରିବେ । ଏକ୍ସପ୍ରେସୱେ ପଛରେ ପ୍ରେରଣା ହେଉଛି ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି । ୫୯୪ କିଲୋମିଟର ଲମ୍ବା ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ୩୬,୨୦୦ କୋଟିରୁ ଅଧିକ ମୂଲ୍ୟରେ ର୍ନିମାଣ ହେବ । ମିରଟର ବିଜାଉଲି ଗାଁ ନିକଟରୁ ଆରମ୍ଭ ହୋଇ ଏକ୍ସପ୍ରେସୱେ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗ୍ରାମ ନିକଟ ପର୍ଯ୍ୟନ୍ତ ଲମ୍ବିବ । ଏହା ମିରଟ, ହାପୁର, ବୁଲନ୍ଦଶାହର, ଆମରୋହା, ସମ୍ଭଲ, ବୁଦାଉନ୍, ଶାହାଜାହାନପୁର, ହାରଦୋଇ, ଉନ୍ନାଓ, ରାଏବରେଲି, ପ୍ରତାପଗଡ ଏବଂ ପ୍ରୟାଗରାଜ ଦେଇ ଯିବ । କାର୍ଯ୍ୟ ସମାପ୍ତ ହେବା ପରେ ଏହା ଉତରପ୍ରଦେଶର ଦୀର୍ଘତମ ଏକ୍ସପ୍ରେସୱେ ହୋଇ ରାଜ୍ୟର ପଶ୍ଚିମ ଏବଂ ପୂର୍ବ ଅଂଚଳକୁ ସଂଯୋଗ କରିବ । ଶାହଜାହାନପୁରର ଏକ୍ସପ୍ରେସୱେରେ ଜରୁରୀକାଳୀନ ବିମାନ ଚଳାଚଳ ଏବଂ ଅବତରଣ କରିବାରେ ସହାୟତା ଲାଗି ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ୍ ମଧ୍ୟ ର୍ନିମାଣ କରାଯିବ । ଏକ୍ସପ୍ରେସୱେରେ ଏକ ଶିଳ୍ପ କରିଡର ମଧ୍ୟ ର୍ନିମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।
ଏକ୍ସପ୍ରେସୱେ ଶିଳ୍ପ ବିକାଶ, ବାଣିଜ୍ୟ, କୃଷି, ପର୍ଯ୍ୟଟନ ଇତ୍ୟାଦି ସହିତ ଏକାଧିକ କ୍ଷେତ୍ରକୁ ଗତି ପ୍ରଦାନ କରିବ ଏବଂ ଏହା ଏହି ଅଂଚଳର ସାମାଜିକ-ଅର୍ଥନୈତିକ ବିକାଶରେ ଏକ ବଡ଼ ସହାୟକ ହେବ ।