-
ବୁର୍ଲା ଥାନାରେ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ଅଭିଯୋଗ
ସମ୍ବଲପୁର, ଭିସୁଟ ଛାତ୍ର କ୍ୟାମ୍ପସ୍ ବାହାରେ ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଭିସୁଟରେ ୬ ଜଣ ସିନିଅର୍ ଛାତ୍ର ମିଶି ଜଣେ ଜୁନିଅର ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ବୁର୍ଲା ଥାନାରେ ପୀଡ଼ିତ ଛାତ୍ରଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ସିନିଅର ଛାତ୍ର ମାନେ ଜଣେ ପ୍ରଡକସନ୍ ଇଞ୍ଜିନିୟରିଂର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୮ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି । ତେବେ ଏହା ପଛରେ କ’ଣ କାରଣ ରହିଛି, ତାହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।
ଏନେଇ ଛାତ୍ର ଜଣକ ଆଜି ଭିସୁଟର କୂଳପତି ତଥା କର୍ତୃପକ୍ଷଙ୍କୁ ଭେଟିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନରେ ବାରମ୍ବାର ଏଭଳି ଘଟଣାକୁ ଛାତ୍ରଛାତ୍ରୀ ତଥା ଶିକ୍ଷକ ମହଲରେ ନିନ୍ଦା କରାଯାଇଛି । ସେହିପରି ଆଗକୁ କର୍ତୃପକ୍ଷ ଓ ବୁର୍ଲା ପୋଲିସ ଏହା ଉପରେ କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।