
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁଶାସନ, ସ୍ବଚ୍ଛ ଭାବମୂର୍ତ୍ତି ଏବଂ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ କଂଗ୍ରେସର ପୂର୍ବତନ ପିସିସି ସଦସ୍ୟ ତଥା କେନ୍ଦ୍ରୀୟ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି କେଦାରନାଥ ଜେନା, କୃଷ୍ଣ ପ୍ରସାଦ ବ୍ଲକ ବିଜେପିର ବରିଷ୍ଠ ନେତା ସୁଦର୍ଶନ ଜେନା, କୃଷ୍ଣ ପ୍ରସାଦ ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ତଥା ବିଜେପିର ବରିଷ୍ଠ ନେତା ଜୋଗି ବୈରିଗଞ୍ଜନ, ପଣସପଦା ପଞ୍ଚାୟତର ପୂର୍ବତନ ବିଜେପି ସଭାପତି ରବିନ୍ଦ୍ର କୁମାର ପ୍ରଧାନ, ସିଆରାର ବିଜେପି ଯୁବ ନେତା ତାପସ ପ୍ରଧାନ, ଅରଖକୁଦା ପଞ୍ଚାୟତର ବିଜେପି ନେତା ଜଗନ୍ନାଥ ବେହେରା ଓ କୈଳାସ ବେହେରାଙ୍କ ସମେତ ଶହଶହ କର୍ମି କଂଗ୍ରେସ ଏବଂ ବିଜେପି ଦଳକୁ ପ୍ରତ୍ୟାଖାନ କରି ଆଜି ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉପସ୍ଥିତ ଆଜି ପୁରୀ ହଲିଡେ ରିସର୍ଚ୍ଚ ହୋଟେଲର ସମ୍ମିଳନୀ କକ୍ଷରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଆଗାମୀ ଦିନରେ ବ୍ରହ୍ମଗିରି ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ବ୍ରହ୍ମଗିରି ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ସମିତି ସଦସ୍ୟ ରଘୁନାଥ ଜେନା, ଜିଲ୍ଲା ପରିଷଦ ସଦସ୍ୟା ବନ୍ଦନା ପ୍ରଧାନ, ସଦସ୍ୟ କୈଳାସ ଚନ୍ଦ୍ର ପରିଡ଼ା, ବରିଷ୍ଠ ନେତା ପ୍ରଫୁଲ୍ଲ ଜେନା, କୃଷ୍ଣଚନ୍ଦ୍ର ଜେନା, ପୁର୍ଣ୍ଣଚନ୍ଦ୍ର ଗଡ଼ୁ ଓ ରମେଶ ଚନ୍ଦ୍ର ପଲାଇ ଉପସ୍ଥିତ ଥିଲେ।