
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଠାରେ ନଗର ଉନ୍ନୟନ ବିଭାଗ, ଉତର ପ୍ରଦେଶଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ମେୟର୍ସ ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିବା ସହ ସମ୍ବୋଧିତ କରିବେ । ଦେଶର ବିଭିନ୍ନ ରାଜ୍ୟର ମେୟର ଏହି ସମ୍ମିଳନୀରେ ଭାଗ ନେବେ । ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ନୂଆ ସହରାଂଚଳ ଭାରତ ।
ସହରାଂଚଳରେ ସୁଗମ ଜୀବନଯାତ୍ରା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଜୀର୍ଣ୍ଣ ସହରାଂଚଳ ଭିତିଭୂମି ଓ ସୁବିଧାସୁଯୋଗର ଅଭାବ ଭଳି ସମସ୍ୟା ସମାଧାନ ପାଇଁ ସରକାର ଅନେକ ପ୍ରକାର ଯୋଜନା ଓ ଉପକ୍ରମ ଆରମ୍ଭ କରିଛନ୍ତି । ଏସବୁ ପ୍ରୟାସ ଅନ୍ତର୍ଗତ ଉତର ପ୍ରଦେଶ ରାଜ୍ୟକୁ ବିଶେଷ ଧ୍ୟାନ ଦିଆଯାଇଛି । ରାଜ୍ୟରେ ବିଶେଷ କରି ବିଗତ ପାଂଚ ବର୍ଷ ମଧ୍ୟରେ ସହରାଂଚଳ ଦୃଶ୍ୟପଟ୍ଟରେ ବ୍ୟାପକ ପ୍ରଗତି ଓ ପରିବର୍ତନ ଦେଖିବାକୁ ମିଳିଛି ।
ସହରାଂଚଳ ବିକାଶ କ୍ଷେତ୍ରରେ ଭାରତ ସରକାର ଓ ଉତର ପ୍ରଦେଶ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିଗୁଡିକୁ ପ୍ରଦର୍ଶିତ କରିବା ପାଇଁ ଡିସେମ୍ବର ୧୭ରୁ ୧୯ ପର୍ଯ୍ୟନ୍ତ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି ।
ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ।