
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଏବଂ ଯବାନ ମଧ୍ୟରେ ଘଟିଛି ଗୁଳି ବିନିମୟ । ପୁଣି ମାଓବାଦୀ ସକ୍ରିୟ ରହିଥିବା ସୂଚନା ମିଳିଛି । ସୀମାନ୍ତରେ ଯବାନ କମ୍ବି ଅପରେସନ ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯବାନଙ୍କ ପାଲଟା ଗୁଳିଚାଳନାରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିବା ଜଣାପଡିଛି । ସେହିପରି ଯବାନ ମାନେ ଏକ ମାଓ କ୍ୟାମ୍ପ ଠାବ କରିଥିବା ସୂଚନା ମିଳିଛି ।
ମିଲିଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘଟମାଲ ଛତିଶଗଡ଼ ସୀମାନ୍ତ ଝଲୋପଡ଼ା ଗାଁରେ ସିଆରପିଏଫ, ଏସଓଜି ଓ ଡିପିଏଫ ଯବାନ ମିଳିତ କୁମ୍ବିଂ ଅପରେସନ ଚଳାଇଥିଲେ । ଏହି ସମୟରେ ଝୋଳପଡ଼ା ଜଙ୍ଗଲରେ ମାଓବାଦୀ ମାନେ ଏସଓଜି ଯବାନଙ୍କ ଉପରେ ଗୁଳିଚାଳନା କରିଥିଲେ । ପରେ ଯବାନ ମାନେ ମାଓବାଦୀଙ୍କ ଉପରେ ପାଲଟା ଗୁଳି ଚାଳନା କରିଥିଲେ । ମାଓବାଦୀ ମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇ ପଳାୟନ କରିଥିବା ଜଣାପଡିଛି ।
ଏନେଇ ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇ କହିଛନ୍ତି ଯେ, ଛତିଶଗଡ଼ ସୀମାନ୍ତ ସିନାପାଲି ଥାନା ଝୋଲପଡ଼ା ଜଙ୍ଗଲରେ ମାଓବାଦୀ ମାନେ ଏସଓଜି ଯବାନଙ୍କ ଉପରେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ମାଓବାଦୀ ମାନେ ସାମନା କରିପାରି ଛତ୍ରଭାଙ୍ଗ ଦେଇଥିଲେ ।