
-
ନିଜସ୍ଵ କ୍ରୟ କରିଥିବା ୮ ଡିସମିଲ ଜମିରେ ନିର୍ମାଣ କାର୍ଯ୍ୟ ନେଇ ଆଲୋଚନା
ନୂଆପଡ଼ା, ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମ ନିକଟସ୍ଥ ଅଲେଖ ମଠ ଠାରେ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ନିଜସ୍ଵ ୮ ଡିସମିଲ ଜମି କ୍ରୟ କରିଛନ୍ତି । ସେହି ଜମିରେ ପ୍ରେସ କ୍ଲବର ନୂତନ କାର୍ଯ୍ୟାଳୟ ଏବଂ ସମ୍ମିଳନୀ କକ୍ଷ ସହ ଦୁଇ ଗୋଟି ବିଶ୍ରାମ ଗୃହ ନିର୍ମାଣ ନେଇ ଯୋଜନା ରହିଅଛି । ଏହାଦ୍ବାରା ବୈଠକ, ସମ୍ମିଳନୀ, ପ୍ରେସ ମିଟ, ଭଳି ଅନେକ କାର୍ଯ୍ୟ ସହ ସମସ୍ତଙ୍କ କାର୍ଯ୍ୟରେ ଆସିବ । ଏହାର ନିର୍ମାଣ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଅନୁରୋଧ କରାଯିବ ।
ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ସଭାପତି ଅଜିତ କୁମାର ପଣ୍ଡା, ସମ୍ପାଦକ ତପନ ରଞ୍ଜନ ଦାଶ, ଉପ ସଭାପତି ଡେନିଶ ରାୟ, କୋଷାଧକ୍ଷ ପରମେଶ୍ବର ବାରିକ, ବରିଷ୍ଠ ସଦସ୍ୟ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।