
ପଟ୍ଟାମୁଣ୍ଡାଇ,ବନ ବିଭାଗ ପକ୍ଷରୁ ଧାମରା ଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ତିନି ଦିନିଆ ଡ଼ଲଫିନ୍ ଗଣନା କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଛି । ଏଥିରେ ବନ ବିଭାଗର ୯ଟି ଟିମ୍ ନିୟୋଜିତ ଅଛନ୍ତି । ପ୍ରତିଦିନ ସକାଳ ୬ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଡ଼ଲଫିନ୍ ଗଣନା କରାଯିବ ବୋଲି ବନ ବିଭାଗ ସୂତ୍ରରୁ ପ୍ରକାଶ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତବର୍ଷ ଗଣନା ବେଳେ ଡ଼ଲଫିନ୍ ସଂଖ୍ୟା ୩ ୪୨ ଥିଲା ।