
ନୂଆଦିଲ୍ଲୀ,ଗୁୁରୁବାର ଦିନ ଗୁଜୁରାଟର ଆନନ୍ଦରେ ଅନୁଷ୍ଠିତ କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଜାତୀୟ ସମ୍ମିଳନୀର ସମାପ୍ତି ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଦିନ କହିଛି ଯେ, ଏହି ଶିଖର ସମ୍ମିଳନୀରେ ପ୍ରାକୃତିକ ଚାଷ ଉପରେ ଧ୍ୟାନ ଦିଆଯାଇଛି । ପ୍ରାକୃତିକ ଚାଷ ପ୍ରଣାଳୀ ଗ୍ରହଣ କରିବାର ଲାଭ ବିଷୟରେ କୃଷକ ମାନଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସୂଚନା ଉପଲବ୍ଧ ହେବ ।