
ବଲାଙ୍ଗିର,ଆନ୍ତର୍ଜାତିକ ମାନବାଧିକାର ପରିଷଦ ବଲାଙ୍ଗୀର ଜିଲ୍ଲା ବୋର୍ଡ ଓ ଓଡିଶା ମୋ ପରିବାର ପକ୍ଷରୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ରକ୍ତଭଣ୍ଡାର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ ଏବଂ ସିଆରପିଏଫ୍ ଜବାନ, ସାମ୍ବାଦିକଙ୍କ ସମେତ ସାଧାରଣ ଲୋକେ ସ୍ବେଚ୍ଛାକୃତ ଭାବେ ଭାବେ ରକ୍ତଦାନ କରିଥିଲେ । ବଲାଙ୍ଗୀର ଏସପି ନିତିନ କୁଶଲକର୍ ଏବଂ ସିଆରପିଏଫ୍ ୧୮୯ ବାଟାଲିଆନର କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ଅତିଥି ଭାବେ ଯୋଗଦେଇ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ଏଥିରେ ମୋଟ୍ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।
ଓଡିଶା ମୋ ପରିବାର ବଲାଙ୍ଗୀର ଜିଲ୍ଲା ଶାଖାର ସଭାପତି ସାଗର ସଙ୍ଗମ ଶତପଥୀ ଏଥିରେ ସହଯୋଗ କରିଥିଲେ । ସୁରକ୍ଷା ବାହିନୀ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ସହ ରକ୍ତ ଦେଇ ଦେଶବାସୀଙ୍କ ଜୀବନ ବଞ୍ଚାଉଥିବା ନେଇ ବଲାଙ୍ଗିର ୧୮୯ ବାଟାଲିଅନ୍ ସିଆରପିଏଫ୍ ବାହିନୀର କମାଣ୍ଡାଣ୍ଟ ପୱନ କୁମାର ତିୱାରି ପ୍ରକାଶ କରିଛନ୍ତି । ଅପରାହ୍ନ ସୁଦ୍ଧା ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲ ।
ଏହି ରକ୍ତଦାନ ଶିବିରରେ ଆଇଏଚଆରସି ବଲାଙ୍ଗୀର ଜିଲ୍ଲା ବୋର୍ଡ ସଭାପତି ବଳରାମ ମିଶ୍ର, ଉପସଭାପତି ସମରେନ୍ଦ୍ର କୁମାର ରଥଙ୍କ ସମେତ ସାମ୍ବାଦିକ ଓ ସ୍ବେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।