ମାଲକାନଗିରି, ମାଲକାନଗିରି ଜିଲା ଏମ୍ . ଭି . ୭୯ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଙ୍କୁଳସ୍ତରୀୟ ସ୍ବେଚ୍ଛାସେବୀ ତାଲିମ ଶିବିରର ଦ୍ୱିତୀୟ ଦିବସରେ ସ୍ଵେଚ୍ଛାସେବୀଙ୍କୁ ଅଗ୍ନି ନିର୍ବାପନ ସଂସ୍ଥା ପକ୍ଷରୁ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କରେ ତାଲିମ ଦିଆଯାଇଛି । କାଲିମେଳାସ୍ଥିତ ଅଗ୍ନି ନିର୍ବାପନ ସଂସ୍ଥାର ଅଧିକାରୀ ଗୁପ୍ତ ଦାସଙ୍କ ଅଧ୍ୟକ୍ଷତାରେ ଏହି ତାଲିମ ପ୍ରଦାନ କରାଯାଇଛି । ଦ୍ୱିତୀୟ ଦିବସରେ ଜିଲା ରେଡକ୍ରସର ଆବାହକ ସମ୍ପାଦକ ଡଃ ରଞ୍ଜନ କୁମାର ସ୍ବାଇଁ ଶିବିରାର୍ଥିଙ୍କୁ ଉତ୍ସାହିତ କରିଥିଲେ । ଆନନ୍ଦ ମାର୍ଗ ୟୁନିଭର୍ସାଲ ରିଲିଫ୍ କର୍ମକର୍ତ୍ତା କାହ୍ନୁଚରଣ ବେହେରା ଏବଂ ବିଏସଏଫ୍ ଅଧିକାରୀଙ୍କ ପତ୍ନୀ ସମୁଧୂର ଅଧକ୍ଷା ନିତା ସିଂ ସ୍ଥାନୀୟ ଗରିବ ଶ୍ରେଣୀର ପରିବାରଙ୍କୁ ଏକମାସର ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ପୂର୍ବରୁ ଚୟନ କରାଯାଇଥିବା ୫୦ଟି ପରିବାରର ସଦସ୍ୟଙ୍କ ମଧ୍ୟରେ ୩୫କିଗ୍ରା ସୁଖୁଲା ଖାଦ୍ୟ , କମ୍ବଳ ଆଦି ବିତରଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ସାହୁ , ଯୁବ ରେଡକ୍ରସ ଅଧିକାରୀ ଅଲୋକ କୁମାର ନନ୍ଦ ଏବଂ ଶ୍ୟାମାପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ପୂର୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ!