ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ (ଏମଏନ ହାଇସ୍କୁଲ) ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତରେ ଅନୁଷ୍ଠିତ ଏହି ସଭାରେ ବହୁ ପୁରାତନ ଛାତ୍ର ତଥା ସଂସଦର କାର୍ଯ୍ୟକର୍ତ୍ତା ଯୋଗଦେଇ ସ୍କୁଲର ବିଭିନ୍ନ ଉନ୍ନତି ପାଇଁ ଆଲୋଚନା କରିଥିଲେ । ଏହି ବୈଠକରେ ଏକ ଅଡିଟୋରିୟମ ହଲ୍ ର ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେବାକୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଯିବାକୁ ସ୍ଥିର କରାଯାଇଥିଲା । ଏଥିପାଇଁ ସଭ୍ୟମାନଙ୍କ ପାଖରୁ ଆଦାୟ ହୋଇଥିବା ଅର୍ଥ ୧୦ ଲକ୍ଷ ୪୬ ହଜାର ଟଙ୍କା ମୋ ସ୍କୁଲ ଯୋଜନାରେ ଜମା କରିବା ପାଇଁ ନିସ୍ପତି ନିଆଯାଇଥିଲା ।
ଏହି ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଡକ୍ଟର କେଳୁଚରଣ ସ୍ୱାଇଁ, ଡ଼ଃ. ବୈଷ୍ଣବ ଚରଣ ସିଂ, ବିଶ୍ୱନାଥ ଧଳ, ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ନୃସିଂହ ପ୍ରସାଦ ଚୌଧୁରୀ, ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଦାଶ, ଆରାଧନା ଦାଶ, ପ୍ରାକ୍ତନ ପ୍ରଧାନ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ, ରାଜେନ୍ଦ୍ର କୁମାର ଦାଶ, ବିଜୟ କୁମାର ସାହୁ, ତପନ କୁମାର ମିଶ୍ର, ଅକ୍ଷୟ କୁମାର ବିଶ୍ୱାଳ, ଅଶୋକ ଜେନା, ରାଜେନ୍ଦ୍ର ପ୍ରସାଦ ସିଂହ, ସଂଜୟ ବର୍ମା, ଅକ୍ଷୟ ପରିଡା, ଧିରେନ୍ଦ୍ର ମଲ୍ଲିକ, ଆଇନଜୀବୀ ପ୍ରମୋଦ କୁମାର ସାହୁ, ଶିଶିର ମଲ୍ଲିକ ଓ ତ୍ରିଲୋଚନ ଜେନାଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ପୁରାତନ ସ୍କୁଲର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ସ୍କୁଲର ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଥିଲା ।
ଏହି ଅବସରରେ ଗତ ୮ ତାରିଖ ବୁଧବାର ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସମେତ ୧୨ ଜଣ ସହିଦ ହୋଇଥିବା ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପାର୍ଥନା କରାଯାଇଥିଲା । ଶେଷରେ କମିଟିର କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।