ନୂୂଆଦିଲ୍ଲୀ, ସରକାର କୃଷି ନିୟମକୁ ପ୍ରତ୍ୟାହାର କରିନେବା ପରେ ଆନ୍ଦୋଳନକାରି କୃଷକମାନେ ନିଜ ନିଜ ଘରକୁ ଫେରୁଛନ୍ତି । ଗାଜୀପୁର ବର୍ଡରରେ କୃଷକମାନଙ୍କ ଦ୍ୱାରା ବୁଧବାର ଦିନ ଚଳାଇଥିବା ଶୋଭାଯାତ୍ରା ସହିତ ପୁରା ଭାବରେ ଖାଲି କରିଦେବେ । ଭାରତୀୟ କୃଷକ ୟୁନିୟନ ଗୋଟିଏ ବକ୍ତବ୍ୟ ଜାରୀ କରି କହିଛି ଯେ ବୁଧବାରଦିନ ରାକେଶ ଟିକୈତ ଗାଜିପୁର ବର୍ଡରରୁ କୃଷକମାନଙ୍କ ସହିତ ସେ ମଧ୍ୟ ତାଙ୍କ ଗାଁକୁ ଫେରିଯିବେ ।
କୃଷକ ନେତା ରାକେଶ ଟିକୈତ କୃଷକମାନଙ୍କ ଏହି ଶୋଭାଯାତ୍ରାକୁ ଏøତିହାସିକଯାତ୍ରା ବନାଇବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି କୃଷକମାନେ ତାଙ୍କ ଅଧିକାର ପାଇଁ ଲମ୍ବା ଲଢେଇ ଲଢିଛନ୍ତି ଆଉ ଜୀତିଛନ୍ତି ମଧ୍ୟ ।
ଭାରତୀୟ କୃଷକ ୟୁନିୟନର ଜଣେ ପଦାଧିକାରୀ କହିଛନ୍ତି ଶୋଭାଯାତ୍ରା ଗାଜିପୁର ବର୍ଡରରୁ ବୁଧବାର ସକାଳ ୯ଟା ବେଳକୁ ଖାଲି ହୋଇଯିବ । ଏହି ମାର୍ଚର ନେତୃତ୍ୱ ରାକେଶ ଟିକୈତଙ୍କ ଦ୍ୱାରା କରାଯିବ ।