ମାଲକାନଗିରି, ଜନସାଧାରଣ ଙ୍କ ଦ୍ୱାରା ନିର୍ବାଚିତ ସରକାର ଓ. ସମସ୍ତ କର୍ମଚାରୀ, ହାକିମଙ୍କ କାର୍ଯ୍ୟାବଳୀ ସମ୍ବନ୍ଧରେ ତଥ୍ୟ ଜାଣିବା ଅଧିକାର ଲୋକଙ୍କର ରହିଛି!ସେଥିପାଇଁ ସରକାର ସୂଚନା ଅଧିକାର ଆଇନ ୨ 00୫ ପ୍ରଣୟନ କରିଥିଲେ!ଉକ୍ତ ଆଇନର ଧାରା -4ଉପଧାରା -4ଦ୍ୱାରା ଆବେଦିତ ତଥ୍ୟାବଳୀ ମାତୃଭାଷା ମାଧ୍ୟମରେ ପ୍ରଦାନ କରିବାକୁ କୁହାଯାଇଥିଲା!ସେମିତି ରାଜ୍ୟ ସରକାର ଓଡ଼ିଶାର ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରଚଳନ ଓ ବ୍ୟବହାରକୁ ବାଧ୍ୟତା ମୂଳକ କରିଛନ୍ତିବ!ଏତଦ ବ୍ୟତିତ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ୨ ୨ /୯ /୨ 0୧ ୬ ରେ ଅଧିସୂଚନା ଦ୍ୱାରା କୁହାଯାଇଥିଲା ଜେ ପତ୍ର ସଂଖ୍ୟା 20348, ଜି ଏ ଡି କୋଡ଼ 0090/୨ 0୧ ୬ /ସା ପ୍ର -ଓଡିଶା ସରକାରୀ ଭାଷା ସଂଶୋଧିତ ଅଧିନିୟମ ୨ 0 ୧ ୬ ର ଧାରା -୨ ର ଉପଧାରା -୨ ଅନୁଯାୟୀ (କ )ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବାପାଇଁ ଉଦ୍ୟମ କରାଯିବ (ଖ )ସମସ୍ତ ବିଭାଗରେ ଓଡ଼ିଆ ଭାଷାରେ ହସ୍ତଗତ ହେଉଥିବା ଦରଖାସ୍ତ ପତ୍ରର ଫଇସଲା କରାଯାଇ ଆବେଦନ କାରୀଙ୍କୁ ଓଡ଼ିଆ ଭାଷାରେ ଜଣାଇବାକୁ ନିୟମ ରହିଛି!ରାଜ୍ୟ ସରକାରଙ୍କ ଏହି ନିୟମ ଘୋଷଣା ହେବାର ୫ ବର୍ଷ ପରେ ବି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହେଉଛି!ଜିଲ୍ଲାରେ କେବଳ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଫଳକ ଓଡ଼ିଆ ରେ ଲେଖାଯାଇଛି ହେଲେ ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ ଚିଠିପତ୍ର ଇଂରାଜୀ ରେ ଲେଖାଯାଉଥିବା ଦେଖିବାକୁ ମିଳିଛି!ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି!