
ଭଉଣୀ ମମିତା ମେହେର କୁ ନ୍ୟାୟ ଦେବା ପାଇଁ, ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ୧୦/୧୨/୨୦୨୧ ତାରିଖ ରେ ବିଧାନସଭା ଘେରାଉ କରାଯିବା କାରଣରୁ ରାଜ୍ୟ ପୋଲିସ ଦ୍ବାରା ରାଜ୍ୟ ସରକାର ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଛାତ୍ର କଂଗ୍ରେସ ପିଲାଙ୍କୁ ଅମାନୁଷିକ ଭାବେ ମାଡ ମାରିଥିବା କାରଣରୁ, ରାଜ୍ୟ ଯୁବ କଂଗ୍ରେସ ର ଆହ୍ୱାନ କ୍ରମେ ପୁରୀ ଜିଲ୍ଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ପକ୍ଷରୁ ଇନ୍ଦିରା ଭବନ (ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ) ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲା |କଚେରି ଦେଈ ଏସ.ପି, ପୁରୀ ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇ ପ୍ରତିବାଦ ସ୍ବରୂପ କଳଙ୍କିତ ପୋଲିସ ପ୍ରଶାସନର ପୋଷାକ ସଫା କରାଯିବା ସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ଦିଆ ଯାଇଥିଲା |
ଏହି ପ୍ରତିବାଦ ସଭାରେ AICC ସଭ୍ୟ ସୁଜିତ ମହାପାତ୍ର ଙ୍କ ନେତୃତ୍ୱ ରେ ଯୁବ କଂଗ୍ରେସ ସଭାପତି ପ୍ରେମଜିତ୍ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ସତ୍ୟ ପ୍ରକାଶ ବରାଳ, ଅମରେନ୍ଦ୍ର ପାଇକରାୟ, ଚନ୍ଦ୍ର ଶେଖର କର, ଶ୍ରୀବତ୍ସ ରଥ, ବିଶ୍ବରଂଜନ ମହାପାତ୍ର, କାଳୀ ପ୍ରସାଦ ନାୟକ, ସ୍ମୃତି ରଞ୍ଜନ ପତି, ବିଶ୍ଵନାଥ ଦାସ, ଚେତନ୍ ମିଶ୍ର, ଆଲୋକ ସାହୁ, ଚନ୍ଦନ ବିଶ୍ଵାଳ, ଅଜୟ ବାରିକ, ଆଦର୍ଶ ମିଶ୍ର, ସୌମ୍ୟ ରଞ୍ଜନ ବରାଳ, ସର୍ବେଶ୍ଵର ସ୍ବାଇଁ, ଅଜୟ ପାଢ଼ୀ,ଶିବରାମ ପାତ୍ର, ରାଜୀବ ବିଶ୍ଵାଳ, ଆଶିଷ ପରିଡ଼ା, ସୁଜିତ୍ ପ୍ରଧାନ, ସ୍ୱାଧୀନ ପଣ୍ଡା ଙ୍କ ସହ ସହସ୍ରାଧିକ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।