ମାଲକାନଗିରି,ମାଲକାନିଗିରି ଜିଲ୍ଲା ସୀମାନ୍ତ ଛିତଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଏରାବୋରା ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ଦାରେ ନବୀନଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ । ମୃତଦେହ ନିକଟରେ ଏକ ଚିଠି ମଧ୍ୟ ଛାଡିଛନ୍ତି ମାଓବାଦୀ ।ସେଥିରେ ଉଲ୍ଲେଖ ରହିଛି, ସେ ଅନେକ ସମୟରେ ପୋଲିସ
ପାଇଁ ଗୁଇନ୍ଦା କାମ କରିବା, ଜଙ୍ଗଲ ନଷ୍ଟ କରିବା ଓ ବେଆଇନ ଭାବେ ଜଙ୍ଗଲ ଜମିକୁ ଅଧିଗ୍ରହଣ କରିବା
କାମରେ ଲିପ୍ତ ରହିଥିଲେ ।ଏସବୁ କାରଣ ପାଇଁ ତାଙ୍କୁ ମାଓବାଦୀ ମୃତ୍ୟୁଦଣ୍ଡ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛନ୍ତି । ଅଧିକ ଖୋଳତାଡ ଚାଲିଥିବା ସୁକୁମା ଏସପି ସୁନିଲ ଶର୍ମା ସୂଚନା ଦେଇଛନ୍ତି!