
ଭୁବନେଶ୍ୱର, ମମିତା ମେହେର ମାମଲାରେ ଆନ୍ଦୋଳନ ବେଳେ କଂଗ୍ରେସଭବନ ମଧ୍ୟରେ ପ୍ରବେଶ କରି ପୋଲିସ ମାଡ ମାରିବା ପ୍ରତିବାଦରେ ଆଜି ଭୁବନେଶ୍ୱର ଓ କଟକ ଡିସିପି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ଭୁବନେଶ୍ୱରରେ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ, ଛାତ୍ର କଂଗ୍ରେସ ସଭାପତି ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ସେହିପରି ରାଜ୍ୟର ସମସ୍ତ ଏସପି ଅଫିସ ସାମନାରେ ମଧ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିବା ନେଇ ପିସିସି ପକ୍ଷରୁ ସୂଚନା ଦିଆଯାଇଛି ।
ଉଲ୍ଲେଖନୀୟ ଯେ ଗତ ଦଶ ତାରିଖ ଦିନ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ଭବନ ଭିତରେ ପଶି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ପୁଲିସ ଗୋଡ଼ାଇ ପିଟିଥିଲା ।