କନ୍ଧମାଳ ,କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କାରାଗାରରୁ କଏଦୀ ଫେରାର। ଦିନ ଦି ପହରରେ ପୋଲିସକୁ ଚକମା ଦେଖାଇ ଫେରାର ହେଲେ କଏଦୀ ।ସୂଚନାଯୋଗ୍ୟ ଯେ କଏଦୀ ଜଣକ ରହୁଥିବା ସେଲ ର ଝରକା ରୁ ଗ୍ରୀଲ କାଟି ଫେରାର ହୋଇଥିବା ଜଣା ପଡ଼ିଛି। ସଂଧ୍ୟା ବେଳେ କଏଦୀ ଗଣନା ହେବାରୁ ଜଣେ କଏଦୀ ଅନୁପସ୍ଥିତ ଥିବା ଜଣାପଡିଥିଲା । ଫେରାର ଅଭିଯୁକ୍ତ ହେଲେ ବ୍ରାହ୍ମଣୀଗାଁ ଅଂଚଳର ଟୁକୁନା ମଳିକ ବୟସ ୩୮ବର୍ଷ ହେବ ବୋଲି ଜଣା ପଡିଛି କଏଦୀ ଜଣକ ହତ୍ୟା ଘଟଣାରେ ଦେଢ଼ ବର୍ଷ ହେବ ଜେଲ ରେ ଥିଲେ । କାରାଗାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ଚାଲିଥିବା ବେଳେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ଜେଲ ଚାରିପାଖରେ ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ କିଭଳି କଏଦୀ ଚମ୍ପଟ ମାରିଲେ ସୁରକ୍ଷା ଉପରେ ଅଙ୍ଗୁଳି ନିର୍ଧେସ କରୁଛି । ଏହିଘଟଣା ରେ ବାଲିଗୁଡା ଆଇଆଇସି ଜେଲେ କୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି । ପୂର୍ବ ରୁ ମଧ୍ୟ ଜେଲ ଗାଡ଼ିରୁ ଜଣେ କଏଦୀ ଚମ୍ପଟ ମାରିଥିବା ବେଳେ ଏବେ ପୁଣି ଜଣେ କଏଦୀ ଫେରାର ହେବା ଜେଲ କର୍ତ୍ତୃପକ୍ଷ ଙ୍କ ଉପରେ ସୁରକ୍ଷା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଫେରାର କଏଦୀ ଟୁକୁନା କିପରି ଭାବରେ ଚମ୍ପଟ୍ ମାରିଲା ଏବଂ ସେ କେଉଁଠି ଅଛି ଏହି ସବୁର ତଦନ୍ତ ଜାରି ରହିଛି ବୋଲି ବାଲିଗୁଡା ଥାନା ଅଧିକାରୀ ବାବାଶଙ୍କର ଶରାଫ କହିଛନ୍ତି।