
ପଟ୍ଟାମୁଣ୍ଡାଇ ,କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ ଓଡିଆ ମୁଖ୍ୟପ୍ରାଧ୍ୟାପକ ବରିଷ୍ଠ ସାହିତ୍ୟକ ଡ. ନୀଳମଣି ଲେଙ୍କାଙ୍କ ସ୍ୱରଚିତ ପୁସ୍ତକ ପିଲାବେଳଗପ ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ବିଶିଷ୍ଟ ସଂଗୀତଗୁରୁ ରବିନ୍ଦ୍ର ନାଥ ମିଶ୍ରଙ୍କ ପୌରହିତ୍ୟରେ ସ୍ଥାନୀୟ ହରପାର୍ବତୀ ମନ୍ଦିର ପରିସରରେ ଆୟୋଜିତ ଉତ୍ସବରେ ଗାଳ୍ପିକା ପ୍ରଫେସର ଡ. ବୀଣାପାଣି ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାହିତ୍ୟ ସମାଜର ଦର୍ପଣ ହୋଇଥିବାରୁ କାଳଜୟୀ ସାହିତ୍ୟ ସୃଷ୍ଟି ପାଇଁ ସାହିତ୍ୟକମାନଙ୍କୁ ଆହ୍ୱାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ରତ୍ନାକର ନାୟକ ମୁଖ୍ୟବକ୍ତା ଓ ପ୍ରାଧ୍ୟାପକ ଡ. ଫକୀର ଚରଣ ପ୍ରଧାନ, ଡା. ମନୋରଞନ ଦାଶ, ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇଥିଲେ । ଗବେଷକ ପ୍ରାଧ୍ୟାପକ ଡ. ଲକ୍ଷ୍ମଣ କୁମାର ଦାଶ ପୁସ୍ତକ ସମୀକ୍ଷା କରିଥିଲେ । ଅଧ୍ୟାପିକା ଚିତ୍ରାକାନ୍ତୀ ସେଠୀ, ଅଧ୍ୟାପକ ଦିଲ୍ଲୀପ କୁମାର ମହାପାତ୍ର, ପ୍ରାଧ୍ୟାପିକା ଡ. ଅଞଳୀ ଦାଶ, ଅଧ୍ୟାପକ ପ୍ରତାପ ଚନ୍ଦ୍ର ମଳିକ, ପଲକ ପତ୍ରିକା ସଂପାଦକ ସଚିକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ମନୋରଞନ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ ।