
ମାଲକାନଗିରି, ଭୁବନେଶ୍ୱର ଠାରେ ଗତ କିଛି ଦିନ ପୂର୍ବେ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଧାରଣା ଦିଆଯାଇଥିଲା । ତେବେ ସେହି ସମୟରେ ପୋଲିସ ସେଠାରେ ପହଞ୍ଚି ସେହି ଛାତ୍ର ଓ ଯୁବ କଂଗ୍ରେସ ସଦସ୍ୟ ମାନଙ୍କୁ କଂଗ୍ରେସ ଭବନ ଭିତରେ ପଶି ମାଡ ମାରିଥିଲା । ଏହାର ପ୍ରତିବାଦ କରି ଆଜି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ନାରାବାଜି କରି ଏସପି ଅଫିସ କାର୍ଯ୍ୟାଳୟ ଠାରେ ପହଁଚି ଧାରଣା ଦିଆଯାଇଥିଲା । ସେହିଦିନ କଂଗ୍ରେସ ଭବନ ଠାରେ ଯେଉଁ ପୋଲିସ ଅଧିକାରୀ ମାନେ ଛାତ୍ର କଂଗ୍ରେସ ଉପରେ ଲାଠି ମାଡ କରିଥିଲେ ସେମାନଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ । ଯଦି ଏହି ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଚକାଜାମ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ସୂଚନା ଦେଇଛନ୍ତି ।