ଭୁବନେଶ୍ୱର, କୋଭିଡ୍ ଟିକା ଓମିକ୍ରନରୁ ସୁରକ୍ଷା ଦେବ । ଏଣୁ ସମସ୍ତଙ୍କୁ ଯଥାଶୀଘ୍ର ଟିକା ନେବାକୁ ଅନୁରୋଧ କରିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି, କୋଭିଡ୍ ଟିକା ଶତ ପ୍ରତିଶତ ନ ହେଲେ ବି ଓମିକ୍ରନରୁ କିଛିଟା ସୁରକ୍ଷା ଦେବ । ଟିକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ ରହିବ । ଲୋକଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟିକା ନେବାକୁ ପଡ଼ିବ । ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । କେଉଁ ବ୍ଲକରେ ଲୋକ ଟିକା ନେଇନାହାନ୍ତି ସେମାନେ ଅନୁଧ୍ୟାନ କରୁଛନ୍ତି । ସିଡିଏମଓମାନଙ୍କୁ ମଧ୍ୟ ଗାଁଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇ ନାହାନ୍ତି, ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମିତ କରିବେ ।
ଏଯାଏଁ ୪ କୋଟି ୬୨ ଲକ୍ଷ ଡୋଜ୍ ଦିଆ ସରିଲାଣି । ୮୭.୪ ପ୍ରଥମ ଡୋଜ୍ ଦିଆସରିଛି । ଏବେ ବି ପ୍ରାୟ ୪୦ ଲକ୍ଷରୁ ଅଧିକ ଲୋକ ଟିକା ନେଇନାହାନ୍ତି ।