ବଲାଙ୍ଗିର ,ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସାମାନ୍ୟ ଘଟଣାକୁ ବି ଡାକ୍ତର ରେଫର କରି ଦେଉଥିଲେ I ମାତ୍ର ଆଉ କିଛି ଦିନ ମଧ୍ୟରେ ଏହି ସମସ୍ୟା ଦୁରେଇ ଯିବ ବୋଲି ଅନୁମାନ କରାଯାଉଛି I ବିଶେଷ କରି ମାଁ ଓ ଶିଶୁ ପାଇଁ ଏହା ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର ବୋଲି ମାଁ ମାନେ କଥାବାର୍ତ୍ତା କରୁଛନ୍ତି I ଡାକ୍ତର କୁବେର ଚନ୍ଦ୍ର ମହନ୍ତ ଇନ୍ ଚାର୍ଜ ସିଡିଏମ୍ଓଙ୍କ ମଦର ଚାଇଲ୍ଡ ହସ୍ପିଟାଲ ପରିଦର୍ଶନରେ ଆସି ଏହି ସୂଚନା ଦେଇଛନ୍ତି । ନୂଆବର୍ଷ ପୂର୍ବରୁ ଏହି ହସ୍ପିଟାଲକୁ ଚାଲୁକରିବା ପାଇଁ ସଜବାଜ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଛି ଓ ସେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ପିଡବ୍ଲୁଡି ପକ୍ଷରୁ ଯାହା କାର୍ଯ୍ୟ ବାକି ରହିଛି ତାହା ସବୁ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ଯ କହିଛନ୍ତି । ସୂଚନାଯୋଗ୍ୟ ଯେ, ପାଞ୍ଚ ବର୍ଷ ପୂର୍ବେ ଏହି ମଦର ଚାଇଲ୍ଡ ହସ୍ପିଟାଲ ତିଆରି ହୋଇ ପଡ଼ିଥିଲା କିନ୍ତୁ ବହୁ ଖରାପ ଅବସ୍ଥାରେ ରହିଛି ଓ ହାଲକା ଫୁଲକା ନିମ୍ନମାନର କାର୍ଯ୍ୟ ହୋଇଥିବା ଆନୁମାନ କରାଯାଇଛି ।ଯେଉଁ ଫୁଲର ରେ ଯେଉଁ
ଜନ୍ତ୍ରପାତି ଲଗେଇବା କଥା ସେହି ଜନ୍ତ୍ରପାତି ଉଲଟା ପଲଟା ଲାଗିଥିବା ହେତୁ, ତାରି ସବୁ ଅଦଳବଦଳ କଲେ କିଛି ସମୟ ଲାଗିପାରେ । ଏବେ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଆଉ ପଡ଼ିବନି I ସିଡିଏମଓ ଦାୟିତ୍ଵରେ ଥିବା ଡାକ୍ତର କୁବେର ଚନ୍ଦ୍ର ମହନ୍ତ ସମ୍ପୂର୍ଣ୍ଣ ଭାବେ ଟିକିନିକି ଯାଞ୍ଚ କରିଛନ୍ତି, ଆସନ୍ତାକାଲି ଠାରୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଆଶା କରାଯାଉଛି ।ଏହି କାର୍ଯ୍ୟକ୍ରମରେ ସିଡିଏମଓଙ୍କ ଗସ୍ତ ବେଳେ ସ୍ଥାନୀୟ ଆପ ନେତା ସୁରଥ ବେହେରା. ବିଧାୟକ ସାଲୁଜାଙ୍କ ପୁତୁରା ଛଟୁ ସିଂ, ଫାର୍ମାସୀଷ୍ଟ ମହନ୍ତ ପ୍ରମୁଖ ସାମିଲ ହୋଇଥିଲେ ।