
-
୨୦ ମିନିଟ୍ର ସ୍ୱତନ୍ତ୍ର ମୁହୂର୍ତ
-
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଶିଳାନ୍ୟାସ ମୁହୂର୍ତ ବାହାର କରିଥିବା ଆଚାର୍ଯ୍ୟ ଗଣେଶ୍ୱର ଶାସ୍ତ୍ରୀ ବାହାର କରିଛନ୍ତି ସମୟ
ବାରାଣସୀ, ଶ୍ରୀ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ରେବତୀ ନକ୍ଷତ୍ରରେ ଭାର୍ଗବ ମହୁର୍ତାନୁସାରେ ଶ୍ଲେଷା ନାଡ଼ୀରେ ଦିନ ୧.୩୭ରୁ ୧.୫୭ ମଧ୍ୟରେ କରିବେ । ଏହି ଶୁଭ ସମୟ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିର ନିର୍ମାଣ ଶିଳାନ୍ୟାସ ପାଇଁ ମୁହୂର୍ତ ବାହାର କରିଥିବା ଆଚାର୍ଯ୍ୟ ଗଣେଶ୍ୱର ଶାସ୍ତ୍ରୀ ଦ୍ରବିଣ ଧାର୍ଯ୍ୟ କରିଛନ୍ତି ।
ଆଚାର୍ଯ୍ୟ ଦ୍ରବିଣ ଧାମର ଲୋକାର୍ପଣର ଶୁଭ ମୁହୂର୍ତର ସମୟ ବାହାର କରି କହିଛନ୍ତି ଯେ ବିକ୍ରମ ସଂବତ ୨୦୭୮ ଶାଲିବାହନଶକ, ୧୯୪୩ ଶୁକ୍ଲପକ୍ଷ ଦଶମୀ ତିଥି ସୋମବାର ଦିନ ରେବତୀ ନକ୍ଷତ୍ର ଏବଂ ଶ୍ଲେଷା ନାଡ଼ିର କାଳ ୨୦ ମିନିଟ୍ର । ଏହି କାଳଖଣ୍ଡରେ ଲୋକାର୍ପଣ ସର୍ବୋତମ ହେବ । ଦିନର ଅଷ୍ଟମ ହୋରା ଚନ୍ଦ୍ରଙ୍କର । ଏଥିରେ ଧାମର ଲୋକାର୍ପଣର କାର୍ଯ୍ୟ କରିବା ଶ୍ରେୟସ୍କର ହେବ । ଏହାସହିତ ହେଉଥିବା ମାତଙ୍ଗ ଯୋଗ କୁଲର ଅଭିବୃଦ୍ଧି କରିବ । ଶିବ ମସ୍ତକରେ ବିରାଜମାନ ଚନ୍ଦ୍ରମା ମଧ୍ୟ ଏହି କାର୍ଯ୍ୟରେ ସହାୟକ ହେବେ । ଏହି ଯୋଗରେ ଧାର୍ମିକ କାର୍ଯ୍ୟ ହେବାଦ୍ୱାରା ଦେଶ ଏବଂ ସମାଜର ସୌଭାଗ୍ୟ ବଢ଼ିବ ।
ଧାମର ଲୋକାର୍ପଣ ସମୟ ପ୍ରଧାନମନ୍ତ୍ରୀଙ୍କ ସହିତ ଦେଶର ପ୍ରମୁଖ ଶଙ୍କରାଚାର୍ଯ୍ୟ, ମହାମଣ୍ଡଳେଶ୍ୱର, ଶ୍ରୀ ମହନ୍ତ ସହିତ ସନାତନ ଧର୍ମର ସମସ୍ତ ସମ୍ପ୍ରଦାୟର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିବେ ।