ଭଦ୍ରକ – ଗତ ୨୯ ତାରିଖ ରାତିରେ ବିଷାକ୍ତ ଖାଦ୍ୟ ଖାଇ ମୂମୁର୍ଷ ଅବସ୍ଥାରେ ଭଦ୍ରକରୁ କଟକ ସ୍ଥାନାନ୍ତର ହୋଇଥିବା ମା’ ଓ ଝିଅଙ୍କ ମଧ୍ୟରୁ ଝିଅଟିର ମୃତୁ୍ୟ ହେବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ଏଠାରେ ସୂଚନାଯୋଗ୍ୟ ଗତ ୨୯ ତାରିଖ ଦିନ ରାତିରେ ଏହି ଜିଲାର ଘଣ୍ଟେଶ୍ୱର ଅଧୀନସ୍ଥ ହଳଦିଆ ଗ୍ରାମନିବାସୀ ଅଜୟ ପାତ୍ର ଅତ୍ୟନ୍ତ ଦରିଦ୍ର ଥାଇ ପୁରୀରେ ଇଟାଖୋଲରେ କାମ କରନ୍ତି । ସେ ପଠାଉଥିବା ଅର୍ଥରେ ଗ୍ରାମରେ ଥିବା ପତ୍ନୀ ପ୍ରତିଭା ଓ ୧୨ ବର୍ଷର ୮ମ ଶ୍ରେଣୀରେ ପଢୁଥିବା କନ୍ୟା ଅଲିଭା ଦୁଖେକଷ୍ଟେ ଚଳନ୍ତି । ଗତ ୨୯ ତାରିଖ ଦିନ ରାତିରେ ଉଭୟ ମା ଓ ଝିଅ ଶୁକୁଆ ଓ ପଖାଳ ଭାତ ଖାଇ ଶୋଇଥିଲେ । ମାତ୍ର ଉକ୍ତ ଖାଦ୍ୟ ଖାଇବା ପରେ ତାହା ବିଷାକ୍ତ ହୋଇଯିବାରୁ ଉଭୟ ବାନ୍ତି କରି ମୂମୁର୍ଷ ଅବସ୍ଥାରେ ଅଚେତ ହୋଇଯାଇଥିଲେ । ଫଳରେ ତା ପରଦିନ ଅର୍ଥାତ୍ ୩୦ ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ସେମାନେ ନ ଉଠିବାରୁ ପଡୋଶୀ ଗଂଗାଧର ପାତ୍ରଙ୍କ ସମେତ ଅନ୍ୟମାନେ କବାଟ ଭାଙ୍ଗି ଉଭୟଙ୍କୁ ସଂକଟାପନ୍ନ ଅବସ୍ଥାରେ ଦେଖି ପ୍ରଥମେ ଭଦ୍ରକ ଆଣିଥିଲେ । ମାତ୍ର ଭଦ୍ରକରେ ଡାକ୍ତରମାନେ ଆଇସିୟୁର ଅଭାବ ଦର୍ଶାଇ ସେମାନଙ୍କୁ କଟକ ସ୍ଥାନାନ୍ତର କରିଥିଲେ । ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସ୍ଥାନାନ୍ତର କରିବା ନେଇ ଧାମନଗରରୁ ତାହା ଡକାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟକୁ ଗତକାଲି ବିଜେଡିର ଜନସଂପର୍କ ପଦଯାତ୍ରାର ଶୋଭାଯାତ୍ରା ଯୋଗୁଁ ଆମ୍ବୁଲାନ୍ସଟି ଉଚିତ୍ ସମୟରେ ଡାକ୍ତରଖାନାରେ ପହଞ୍ଚôପାରିନଥିଲା । ଏଣୁ ବିଳମ୍ବ ଜନିତ ଚିକିସôା ଯୋଗୁଁ ଗତକାଲି କଟକରେ ଅଲିଭାର ଚିକିସôାଧୀନ ଅବସ୍ଥାରେ ମୃତୁ୍ୟ ଘଟିଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
Related Stories
November 25, 2024