ଗଞ୍ଜାମ, ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୂଳ ସଚିବ ଭାବେ ବ୍ରହ୍ମପୁର ମହାନଗର ନିଗମ ଅତିରିକ୍ତ କମିଶନର ଆଶୁତୋଷ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଶ୍ରୀ ସାମଲ ଦୀର୍ଘ ଦିନ ଧରି ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ କାର୍ଯ୍ୟ ସୂଚାରୂ ରୂପେ ନିର୍ବାହ କରୁଥିବା ବେଳେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟୀତ୍ୱରେ ରହିବେ । ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।