-
ଓଡ୍ର ସାହିତ୍ୟ ସଂସଦର ୨୦ତମ ବାର୍ଷିକ ଉତ୍ସବ
ଗଞ୍ଜାମ, ଓଡ୍ର ସାହିତ୍ୟ ସଂସଦର ୨୦ତମ ବାର୍ଷିକ ଉତ୍ସବ ଶେରଗଡ଼ ବ୍ଲକର ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ବଂଚିବା ପାଇଁ ପତ୍ର ପତ୍ରିକାର ଅବଦାନ ଓ ମିଡ଼ିଆର ଆବଶ୍ୟକତା ସହିତ ସାମ୍ପ୍ରତିକ ସମୟର ସାହିତ୍ୟର ଗତି ସମ୍ପର୍କରେ ବିଶଦ୍ ଭାବରେ ଆଲୋଚନା ହୋଇଥିଲା । ଇ-ପତ୍ରିକା ଠାରୁ ଆରମ୍ଭ କରି ୟୁଟୁବ ଓ ଫେସବୁକ ପର୍ଯ୍ୟନ୍ତ ଆଜି ସାହିତ୍ୟ ପରିବ୍ୟାପ୍ତ, ପାଠକୁ ଆକୃଷ୍ଟ କଲାଭଳି ସାହିତ୍ୟ ରଚନା ଓ ତା’ର ପ୍ରଚାର ଓ ପ୍ରସାରର ବହୁଳ ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ ।
ଉକ୍ତ ସାହିତ୍ୟ କାର୍ଯ୍ୟକ୍ରମର ଉଦଘାଟନ ଶ୍ରୀ ଗଦାଧର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦାରିଙ୍ଗିବାଡି କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ. ପ୍ରଦୋଷ କୁମାର ସ୍ୱାଇଁ, ବିଭାଗୀୟ ମୁଖ୍ୟ, କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ, କୋରାପୁଟ, ମୁଖ୍ୟବକ୍ତା ଭାବେ ଡ. ଦାଶରଥି ଭୂୟାଁ, ବିଭାଗୀୟ ମୁଖ୍ୟ, ରାଜନୀତି ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ସମ୍ମାନିତ ବକ୍ତା ଭାବେ ଡ. ପ୍ରଦୀପ୍ତ ଚନ୍ଦ୍ର ସିଂହ, ଅଧ୍ୟାପକ ସଞ୍ଜୟ କୁମାର ସଢ଼ଙ୍ଗୀ, ଜଗନ୍ନାଥ ଗୌଡ ଯୋଗ ଦେଇଥିଲେ । ସେହିପରି ନିମନ୍ତ୍ରିତ ଅତିଥି ଭାବେ ବିଦେଶୀ ନାୟକ, ଦାରଙ୍ଗିବାଡି, ସଭାପତି ବାସୁଦେବ ମହାନ୍ତି ଉପସ୍ଥିତ ଥିଲେ । ରଜନୀ କାନ୍ତ ପାଢୀ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ଚିନ୍ମୟ ରଞ୍ଜନ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସ୍ୱାଗତ ନୃତ୍ୟ ସୁଶ୍ରୀ ଶୁଭଶ୍ରୀ ନାୟକ ଓ ଉପସ୍ଥାପନା କରିଥିଲେ ଶ୍ରୀମତୀ ବନ୍ଦନା ମିଶ୍ର ।