ଭୁବନେଶ୍ୱର – ସାଂସଦ ପ୍ରସନ୍ନ ଆ·ର୍ଯ୍ୟଙ୍କୁ ରାଜ୍ୟସଭା ପିଟିସନ କମିଟିର ଚେୟାରମ୍ୟାନ୍ ଭାବେ ନିଯୁକ୍ତି ମିଳିଛି । ଏଥି ସହିତ ସେ ଏଥିକସ୍ କମିଟିର ସଦସ୍ୟ ମଧ୍ୟ ରହିଛନ୍ତି । ସେହିପରି ରାଜ୍ୟସଭା ସବଅର୍ଡିନେଟ ଲେଜିସଲେସଡ଼୍ କମିଟିରେ ରାଜ୍ୟସଭା ସାଂସଦ ଡ.ଅମର ପଟ୍ଟନାୟକ ସଦସ୍ୟ ହୋଇଛନ୍ତି । ରାଜ୍ୟସଭା ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ସଂସଦୀୟ ସ୍ୱାଧୀକାର ଷ୍ଟାଣ୍ଡିଂ କମିଟିରେ ସଦସ୍ୟତା ମିଳିଛି । ଶ୍ରୀ ପାତ୍ର ବର୍ତମାନ ମାନବ ସମ୍ବଳ ବିକାଶ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି ।
ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱାଧୀକାର କମିଟିରେ ରିପୁନ ବୋରା, ପ୍ରଭାତ ଝା, ସସ୍ମିତ ପାତ୍ର, ଡ. ଶଶୀକଳା ପୁଷ୍ପା ରାମସ୍ୱାମୀ, ଜିଭିଏଲ ନରସିଂହ ରାଓ, ଆନନ୍ଦ ଶର୍ମା, ନରଜ ଶେଖର, ରାକେଶ ସ୍ନିହା ଓ ପି. ୱିଲସନ ସଦସ୍ୟ ଅଛନ୍ତି ।