ସାଲେପୁର, ଆଗକୁ ପଂଚାୟତ ନିର୍ବାଚନ । ମାହାଙ୍ଗାରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ଧାରଣ କରିଥିଲା ବେଳେ ନାହାଙ୍ଗ ପଂଚାୟତରେ ଏହାର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି ।
ଏଠାରେ ସୂଚନାଯୋଗ୍ୟ, ନାହାଙ୍ଗ ପଂଚାୟତରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଟଣା ଓଟରା ଚାଲିଥିଲା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀକୁ ସନ୍ତୁଷ୍ଟ କରିବା ପାଇଁ ନାହାଙ୍ଗ ପଂଚାୟତର ଦାୟିତ୍ୱରେ ଥିବା ପରିଦର୍ଶକ ଗତ କିଛି ଦିନ ତଳେ ଅସନ୍ତୁଷ୍ଟ ଗୋଷ୍ଠୀର ମୁଖ୍ୟମାନଙ୍କୁ ନେଇ ଗୌଡଗୋପ ଠାରେ ଏକ ଗୁପ୍ତ ବୈଠକ କରିଥିଲେ । ଏହି ବୈଠକରେ କୌଣସି ସାମାଧାନର ସୂତ୍ର ବାହାରି ନଥିଲା । ଅପରପକ୍ଷେ ନାହାଙ୍ଗ ପଂଚାୟତରେ କେତେକ ନିର୍ଦ୍ଦିଷ୍ଟ ବିଜେଡି କର୍ମୀଙ୍କ ପାଇଁ ପଂଚାୟତରେ ଥିବା ଦଳିତ ଭୋଟର ସଦାସର୍ବଦା ସମସ୍ୟା ଭୋଗୁଥିବା ଏପରିକି ଏହି ପଂଚାୟତରେ ଅଧିକାଂଶ ଦଳିତ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଥିଲା ବେଳେ ସେମାନଙ୍କ ଦାବିକୁ ମନ୍ତ୍ରୀ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଆଗାମୀ ଦିନରେ ଶହ ଶହ ଦଳିତ ଭୋଟର ଅନ୍ୟ ଦଳରେ ଯୋଗଦେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।