
-
ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ, କାଶୀ ଆସି ଅଭିଭୂତ
ବାରାଣସୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ କରିବାକୁ ନିଜ ସଂସଦୀୟ କ୍ଷେତ୍ର ବାରାଣସୀ ଆସି ପହଂଚିଛନ୍ତି । ଭୋଲେ ବାବାଙ୍କ ନଗରୀରେ ପହଂଚିବା ପରେ ଟ୍ୱିଟ କରି କହିଛନ୍ତି ଯେ ସେ କାଶୀ ଆସି ଅଭିଭୂତ ହୋଇଛନ୍ତି ।ପ୍ରଧାନମନ୍ତ୍ରୀ ନଦୀ ଦୁଇ ଦିବସୀୟ ଯାତ୍ରାରେ କାଶୀ ପାଖାପାଖି ୧୦.୩୦ରେ ପହଂଚିଥିଲେ । ବାବତପୁରରେ ଲାଲ ବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନବନ୍ଦର ଠାରେ ପହଂଚିବା ପରେ ତାଙ୍କୁ ସେଠାରେ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ୱାଗତ କରିଥିଲୋଏହା ପରେ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ବାବା କାଳଭୈରବ ମନ୍ଦିରରେ ପହଂଚି ଥିଲେ ଓ ସେଠାରେ ବିଧି ବିଧାନରେ ଦର୍ଶନ ପୂଜନ କରିବା ପରେ ପ୍ରତୀକ ରୂପେ କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ ପାଇଁ ଅନୁମତି ନେଇ କାଶୀ ବିଶ୍ୱନାଥ ଧାମ ପାଇଁ ଯାଇଥିଲେ । ରାଜଘାଟରେ ସେ କ୍ରୁଜରେ ଆସି ଲଲିତା ଘାଟରେ ପହଂଚି ଗଙ୍ଗା ନଦୀରେ ବୁଡ ପକାଇଥିଲେ । ସେଠାରୁ ଜଳ ନେଇ ସେ କାଶୀ ବିଶ୍ୱନାଥ ଧାମରେ ପ୍ରବେଶ କରିଛନ୍ତି ।