
-
ଦଳକୁ ମଜଭୁତ କରିବେ ବୋଲି ଶ୍ରୀଜେନା ଙ୍କ ପ୍ରତିଶୃତି,
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ,ସ୍ବଚ୍ଛ ଭାବମୂର୍ତ୍ତି ଏବଂ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୃଷ୍ଣ ପ୍ରସାଦ ବ୍ଲକ ବଜ୍ରକୋଟ ପଞ୍ଚାୟତ ନୂଆଗାଁ ଗ୍ରାମର ବିଜେପି ନେତା ସୁଦର୍ଶନ ଜେନା, ମାଲୁଦ ପଞ୍ଚାୟତ ଜେନା ସାହିର ପ୍ରକାଶ ଚନ୍ଦ୍ର ନାୟକ (ପିଞ୍ଜେରା) ଓ ବିଜେପିର ବରିଷ୍ଠ ନେତା ଜୋଗି ବୈରିଗଞ୍ଜନ ବିଜେପିକୁ ପ୍ରତ୍ୟାଖାନ କରି ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତ ରେ ଏବଂ କୃଷ୍ଣ ପ୍ରସାଦ ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଆଗାମୀ ଦିନରେ କୃଷ୍ଣ ପ୍ରସାଦ ବିଜୁ ଜନତା ଦଳକୁ ମଜଭୁତ କରିବେ ବୋଲି ଶ୍ରୀଯୁକ୍ତ ଜେନା ପ୍ରତିଶୃତି ଦେଇଛନ୍ତି।