
ନୂଆପଡା, ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଥାନା ମୁରଳିବାହାଲି ଗାଁ ନିକଟରେ ଗତ ରାତ୍ରୀରେ ପିକ୍ ଅଫ ଭ୍ୟାନ ଧକ୍କାରେ ଜଣେ ବାଇକ ଆରୋହୀ ମୃତ୍ୟୁ ବରଣ କରିଛନ୍ତି ।ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କୋମନା ବ୍ଲକ ଡଙ୍ଗରପଡା ଗ୍ରାମର ସରଜୁ ବିଭାର ଏକ ବାଇକ (ଓଡି ୨୬ଇ ୮୯୪୭) ରେ ନୂଆପଡାକୁ ଯାଉଥିଲେ । ମୁରଲୀବାହାଲି ଗାଁ ନିକଟରେ ଏକ ପିକ ଅଫ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ସରଜୁ ଗୁରୁତର ଆହତହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ସରଜୁଙ୍କ ମୢତ୍ୟୁ ହୋଇଯାଇଛି । ଏହି ମୃତ୍ୟୁ ଖବର ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।