
ମାଲକାନଗିରି, ମାଲକାନଗିରି ଜିଲ୍ଲାର ପଡିଆ ଜୋନରେ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ବିଜେଡ଼ି ଦଳ ତରଫରୁ ତିନି ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛି । ପଡିଆ ବ୍ଳକ ଠାରେ ବିଜୁ ଯୁବ ଜନତା ଦଳର ସଭାପତି ତଥା ପଡିଆ ବ୍ଲକ୍ ଜୋନ୍ କୋଅର୍ଡିନେଟର ଆଡ଼ମା ରାବାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଚୟନ ବୈଠକରେ ବିଜୁ ଜନତା ଦଳ ତରଫରୁ ପଡିଆ ବ୍ଳକର ଜିଲ୍ଲା ପରିଷଦ ସଦସ୍ୟ ପାଇଁ ୩ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ବିଜୁ ଜନତା ଦଳ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଇଛି । ତେବେ ଏହି ତିନି ଜଣ ଆଶାୟୀ ପ୍ରାର୍ଥୀ ହେଲେ ସୁବାଷ ଭୌମିକ, ମଙ୍ଗଲ ଢ଼ାଲି ଓ ସନାତନ ବିଶ୍ବାସ ।
ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ପଡ଼ିଆ ବ୍ଲକ୍ ସାଂସଦ ପ୍ରତିନିଧି ସି.ଏଚ୍.ରାବିଡ୍ କୁମାର, ପଡ଼ିଆ ବ୍ଲକ୍ ଜୋନ୍ ସଭାପତି ମେସାକ୍ ରବି ମାଦ୍ରି, ବରିଷ୍ଠ ବିଜେଡି ନେତା ଗଙ୍ଗା କାରାମି, ଏମ.ଡି ଫାରୁକ୍, କେ.ଚନ୍ଦ୍ରାୟା, ଅଞ୍ଜନ ବିଶ୍ବାସ, ଶଙ୍କର ଦତ୍ତ, ଦୀପକ୍ ମିର୍ଜା, ଦିଲ୍ଲୀପ ପୋଟଲା ଓ ବିଜୁ ଜନତା ଦଳର ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।