
ମାଲକାନଗିରି,ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ । ଦିନିକିଆ ମାଲକାନଗିରି ଗସ୍ତରେ ଯାଇ ମାଓ ମୁକାବିଲା ରଣନୀତିର ସମୀକ୍ଷା କରିଛନ୍ତି ଡିଜିପି ଅଭୟ । ସ୍ୱତନ୍ତ୍ର ହେଲିକପ୍ଟରରେ ସେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ଘନବେଡ଼ା ଠାରେ ହୋଇଥିବା ନୂତନ ବିଏଏଫ୍ କ୍ୟାମ୍ପରେ ପହଞ୍ଚିଥିଲେ । ସେଠାରେ ମାଓ ଗତିବିଧି ସମ୍ପର୍କରେ ସମୀକ୍ଷା କରିଥିଲେ ଡିଜିପି । ସ୍ୱାଭିମାନ ଅଞ୍ଚଳରେ ମାଓ ମୁକାବିଲାକୁ ଆହୁରି ଜୋରଦାର କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା ।
ଡିଜିପିଙ୍କ ଏହି ଗସ୍ତ ବେଳେ ଏଡିଜି ଲଳିତ ଦାସ, ଏସଆଇଡବ୍ଲୁ ଆଇଜି ଅମିତାଭ ଠାକୁର, ଏସଆଇଡବ୍ଲୁ ଡିଆଇଜି ଅନିରୁଦ୍ଧ ସିଂ, ମାଲକାନଗିରି ଏସପି ପ୍ରହଲ୍ଲାଦ ମୀନା, ଏସଡିପିଓ ଅଂଶୁମାନ ଦ୍ବି୍ବେଦି ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ ଡିଜିପି ଅଭୟ । ସ୍ୱାଭିମାନ ଅଞ୍ଚଳରେ ସମୀକ୍ଷା ବୈଠକ ସାରି ଡିଜିପି କୋରାପୁଟ ଫେରିଯାଇଥିଲେ ।