ପ୍ରାଥମିକ ଚିକିତ୍ସା , ପ୍ରାକୃତିକ ବିପର୍ଯ୍ୟୟ ସେବା ସହ ରକ୍ତଦାନ ସେବାକୁ ପୁରୀ ଜିଲ୍ଲାରେ ବ୍ୟାପକ କରିବା ପାଇଁ ସେଣ୍ଟ ଜନ୍ ଆମ୍ବୁଲାନ୍ସ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ସଂକଳ୍ପ ଉତ୍ସବ ଅନୁଷ୍ଠିତ ହୋଇଛି। ରାମମନ୍ଦିର ପରିସରରେ ଉପଦେଷ୍ଟା ମଧୁସୂଦନ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ କମାଣ୍ଡର ଲାଲା ଅନନ୍ତ କୁମାର ସିଂ ସମସ୍ତ ସଭ୍ୟଙ୍କୁ ଶପଥ ପାଠ କରାଇଥିଲେ।ଏହି ସଂକଳ୍ପ ସଭାରେ ଆଗାମୀ ଜାନୁଆରୀ ୧୨ତାରିଖ ବିବେକାନନ୍ଦ ଙ୍କ ଜନ୍ମତିଥିରେ ଜାତୀୟ ଯୁବ ଦିବସ ରେ ମେଗା ରକ୍ତଦାନ ଶିବିର, ଜିଲ୍ଲା ଏବଂ ତଥା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ବ୍ରିଗେଡ ପ୍ରତିଷ୍ଠା ସହ ପ୍ରତିଟି ପ୍ରାକୃତିକ ବିପର୍ଯ୍ୟୟ ରେ ଏହି ସଂଗଠନ ଷ୍ଟେଚର ସେବା, ଆମ୍ବୁଲାନ୍ସ ସେବା ଓ ଉଦ୍ଧାର ସେବା କରିବା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁବ୍ ଶୀଘ୍ର ପ୍ରାଥମିକ ଚିକିତ୍ସା ଶିବିର ଆୟୋଜନ କରାଯିବ। ଏହା ସହ ବ୍ରିଗେଡ ଓ ସ୍ବେଛାସେବୀ ମାନଙ୍କୁ ଫାଷ୍ଟଏଡ ଟ୍ରେନିଂ ପ୍ରଦାନ କରାଯିବ ଫଳରେ ପ୍ରତିକୂଳ ପରିସ୍ଥିତି କୁ ସାମନା କରିପାରିବେ ସ୍ବେଚ୍ଛାସେବୀ ବୋଲି ଘୋଷଣା କରାଯାଇଛି।ଏହି ଉତ୍ସବରେ ଆମ୍ବୁଲାନ୍ସ ର ଉପଦେଷ୍ଟା ସମାଜସେବୀ ବଦ୍ରି ମିଶ୍ର ଓ ନାରାୟଣ ପ୍ରସାଦ ସିହ୍ନା, ଗୋବିନ୍ଦ ପାତ୍ର, ସଂଗଠକ ଭାସ୍କର ପୂଜାରୀ, କେଦାରନାଥ ମହାପାତ୍ର, ଶୁଭାଶିଷ ପଣ୍ଡା,ବିକ୍ରମ ବେହେରା, ଯଯାତି କେଶରୀ ନାୟକ, ବୀରକିଶୋର ମହାନ୍ତି, ସଚିଦାନନ୍ଦ ରଥ ଓ ଶିବପ୍ରସାଦ ମହାନ୍ତି, ନିଳଞ୍ଜନ ମହାପାତ୍ର,ଜି ବାପି ପ୍ରମୁଖ ଉପସ୍ଥିତ ରହିଥିଲେ।
Related Stories
November 22, 2024