କନ୍ଧମାଳ , ସ୍କୁଲ ପାଇଖାନା ରେ ପଡି ୧୦ ଶ୍ରେଣୀ ଛାତ୍ରୀ ଗୁରୁତର ଘଟଣାରେ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର। ସଠିକ ଚିକିତ୍ସା ନ କରି ଦୁଇଦିନ ପରେ ପରିବାର କୁ ହସ୍ତାନ୍ତକରି ସ୍କୁଲ କତ୍ତୃପକ୍ଷ ଚୁପ ହୋଇ ବସି ଥିବା ବେଳେ ଛାତ୍ରୀ ଜଣକ ଶୁକ୍ରବାର ଗୁରୁତର ଅବସ୍ଥାରେ ଗୋଛପଡା ମେଡିକାଲରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ଡାକ୍ତର ଆହତ ଛାତ୍ରୀଙ୍କୁ ଫୁଲବାଣୀ ମୁଖ୍ୟ ଚିକିଛଳୟକୁ ରେଫର କରିଛନ୍ତି।
ଛାତ୍ରୀ ଜଣକ ହେଲେ ଫିରିଙ୍ଗିଆ ବ୍ଲକ୍ ଅଂଚଳର ସଲାଗୁଡା ପଂଚାୟତ ଅନ୍ତର୍ଗତ ମୁର୍ଜା ଗ୍ରାମର, ସହଦେଵ ମଲ୍ଲିକଙ୍କ ଝିଅ ଜସ୍ମିନ ମଲ୍ଲିକ ବୋଲି ଜଣାପଡିଛି । ଜସ୍ମୀନ ଫୁଲବାଣୀ ପକନାଗାଁ ସ୍କୁଲ ରେ ୧୦ ଶ୍ରେଣୀ ରେ ପଢୁଛନ୍ତି।