ଭୁବନେଶ୍ୱର,ବାତ୍ୟା ଜୱାଦ୍ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ଶନିବାର ଦିନ ଆନ୍ତଃ ମନ୍ତ୍ରାଳୟସ୍ତରୀୟ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱରରେ ପହଂଚିବ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଏହି ଟିମ୍ ଜୱାଦ ପ୍ରଭାବିତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିବେ । ଏହି ୬ଟି ଜିଲ୍ଲାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରୀୟ ଟିମ୍ ୧୩ ତାରିଖରେ ଫେରିଯିବେ ।