ବଲାଙ୍ଗିର, ସ୍ଥାନୀୟ ସାମ୍ବାଦିକ ଭବନରେ ମାନବାଧିକାର ସୁରକ୍ଷା ସଂଗଠନ ବଲାଙ୍ଗିର ଶାଖା ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ଉପସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନର ଉପସଭାପତି ଗଗନେଶ୍ୱର ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଏଡିଏମ୍ଓ (ପିଏଚ୍) ଡା. କୁବେର ଚନ୍ଦ୍ର ମହନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବଲାଙ୍ଗିର ଶାଖାର ସଭାପତି ଅକ୍ଷୟ ଦିଶ୍ରୀ ଏବଂ ସାଧାରଣ ସଂପାଦକ ସରୋଜ କୁମାର ସୁନା ମଧ୍ୟ ମଂଚାସୀନ ହୋଇଥିଲେ । ଏହି ସଭାରେ ମାନବ ଅଧିକାର ଓ ମାନବିକତା ସମ୍ପର୍କରେ ମୁଖ୍ୟ ଅତିଥି ଶ୍ରୀ ଠାକୁର ଆଲୋଚନା କରିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟସେବା ପାଇବା ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ ସମ୍ମାନିତ ଅତିଥି ଡା. ମହନ୍ତ । ସମାଜର ବାସ୍ତବ ଚିତ୍ର ସମ୍ପର୍କରେ ବିଶେଷ ଆଲୋଚନା କରିଥିବା ବେଳେ ସଭାପତି ଶ୍ରୀ ସାହୁ ବର୍ତ୍ତମାନର ମାନବ ଅଧିକାରର ସ୍ଥିତି ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଉପଦେଷ୍ଟା ଶ୍ୟାମପ୍ରସାଦ ଗୁରୁ ଅତିଥିମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।