ଭଦ୍ରକ – ଆମ ରାଜ୍ୟର ୯ଟି ସହରରେ କ୍ରମବର୍ଦ୍ଧିÂୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ମାଷ୍ଟର ପ୍ଲାନ୍ – ୨୦୩୦ ପ୍ରସ୍ତୁତ କରିଛନ୍ତି । ଏଥିରେ ରିଙ୍ଗ୍ ରୋଡ୍ ନିର୍ମାଣର ଯୋଜନା ରହିଛି । ଏଥିମଧ୍ୟରୁ ଭଦ୍ରକ ସହର ଅନ୍ୟତମ । ମାତ୍ର ଏହି ମାଷ୍ଟରପ୍ଲାନ-ରିଙ୍ଗ ରୋଡ୍ ନିର୍ମାଣ ବ୍ଲୁ ପି୍ରଂଟରେ ବହୁ ତ୍ରୁଟି ପରିଲକ୍ଷିତ ହୋଇଛି । ଯାହାକୁ ନେଇ ବିଭିନ୍ନ ଗ୍ରାମାଞ୍ଚଳରେ ବାରଶହରୁ ଉଦ୍ଧ୍ୱର୍ ପରିବାର ବାସଗୃହ ହରାଇବାର ଆଶଙ୍କା ଦେଖାଦେଇଛି । ଏ ଦିଗରେ ସ୍ୱତନ୍ତ୍ର ଭଦ୍ରକ ଟାଉନ୍ ପ୍ଲାନିଂ କର୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ବାସହରା ହେବାକୁ ଯାଉଥିବା ବହୁ ପରିବାର । ଏପରିକି ଟାଉନ୍ ପ୍ଲାନିଂ କର୍ତୃପକ୍ଷ କିଭଳି ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନ୍ଧାରରେ ରଖି ବିନା କ୍ଷେତ୍ରୀୟ ତଦନ୍ତରେ ନିଜର ଭୁଲ୍ ରିପୋର୍ଟକୁ ପ୍ରଦାନ କରିଛନ୍ତି, ତାହାର ନଜିର ଦେଖିବାକୁ ମିଳିଛି ସାମରାଇପୁର ମୌଜାର ପ୍ରାଚୀନଗର କଲୋନୀ କ୍ଷେତ୍ରରେ । ଏଠାରେ ସୂଚନାଯୋଗ୍ୟ ଓଡ଼ିଶା ଗେଜେଟ୍ ୧୦ ଅଗଷ୍ଟ ୧୯୮୪ ଅନୁସାରେ ଅବିଭକ୍ତ ବାଲେଶ୍ୱର ଜିଲାର ଭଦ୍ରକ ସ୍ପେଶାଲ ପ୍ଲାନିଂ ଅଥୋରିଟି ୪୨ ଟି ରାଜସ୍ୱ ଗ୍ରାମକୁ ଟାଉନ୍ ପ୍ଲାନ୍ ଏରିଆ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ଫଳରେ ଲୋକମାନେ ସ୍ପେଶାଲ ପ୍ଲାନିଂ ଅଥୋରିଟିଙ୍କ ଠାରୁ ଅନୁମତି ନେଇ ଭଦ୍ରକ ଟାଉନ୍ର ଚତୁଃର୍ପାଶ୍ୱର୍ରେ କୋଠା ନିର୍ମାଣ କରି ଦୀର୍ଘଦିନ ହେବ ସ୍ଥାୟୀ ଭାବେ ବସବାସ କରିଆସୁଛନ୍ତି । ମାତ୍ର ଏବେକାର ନବଗଠିତ ଭଦ୍ରକ ଜିଲା ସ୍ପେଶାଲ ପ୍ଲାନିଂ ଅଥୋରିଟି ଆଉ ଏକ ଗେଜେଟ୍ ୨୦୧୬ ଜାନୁୟାରୀ ୧୫ ଜରିଆରେ ଅଧିକ ୪ଟି ରାଜସ୍ୱ ଗ୍ରାମକୁ ଟାଉନ୍ ପ୍ଲାନିଂ ଏରିଆର ପରିସର ଭିତରକୁ ଆଣିଛନ୍ତି । ମାତ୍ର ପ୍ଲାନିଂ ଅଥୋରିଟି ନ୍ୟାୟୋଚିତ କ୍ଷତିପୂରଣ ଅଧିକାର ଓ ଭୂ-ଅର୍ଜନ, ପୁନର୍ବାସ ଓ ଥଇଥାନ ଆଇନ୍ ୨୦୧୩ କୁ ଆଖିଠାର ମାରି ସାମରାଇପୁର ମୌଜାର ପ୍ରାଚୀନଗର କଲୋନୀ ମଧ୍ୟ ଦେଇ ଏକ ରାସ୍ତାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ସ୍ପେଶାଲ ପ୍ଲାନିଂ ଅଥୋରିଟି ପକ୍ଷରୁ କୌଣସି କ୍ଷେତ୍ରୀୟ ତଦନ୍ତ (ଗ୍ରାଉଣ୍ଡ ସର୍ଭେ) ବିଧିବଦ୍ଧ ଭାବେ ନକରି ସେଠାରେ ୩୬ଟି ଘର ଥିବା ସ୍ଥଳେ ପ୍ରଶାସନ ଜରିଆରେ ରାଜ୍ୟ ସରକାରଙ୍କୁ ମାତ୍ର ୫ଟି ଘର ଥିବାର ମିଥ୍ୟା ରିପୋର୍ଟ ଦେଇଛନ୍ତି । ଫଳରେ ଏହି କଲୋନୀର ୩୬ଟି ପକ୍କା ଗୃହ ନଷ୍ଟ ହେବାକୁ ଯାଉଛି । ତାହା ସହିତ ସମସ୍ତ ପରିବାର ଲୋକେ ମଧ୍ୟ ବିସ୍ଥାପିତ ହେବାକୁ ଯାଉଛନ୍ତି । ବିଶେଷକରି ପ୍ଲଟ୍ କ୍ରୟ କରିଥିବା କିଛି ଲୋକେ ଏଯାବତ ସ୍ଥାୟୀ ଘର ନିର୍ମାଣ କରିପାରୁନଥିବାବେଳେ ଆଗାମୀ ଦିନରେ ତତ୍ ସଂପର୍କିତ ସୁବିଧାରୁ ବଂଚିତ ହେବାର ଆଶଙ୍କା ଦେଖାଦେଇଛି । ପ୍ରସଙ୍ଗ କ୍ରମେ ଯେତେବେଳେ କେନ୍ଦ୍ର ଓ ଓଡ଼ିଶା ସରକାର ନିଜସ୍ୱ ବ୍ୟୟ-ଅନୁଦାନରେ ଏବଂ ସରକାରୀ ଭୂସଂପତିରେ ଲୋକମାନଙ୍କୁ ଯଥାବିଧି ଥଇଥାନ କରୁଛନ୍ତି, ଠିକ୍ ସେତିକିବେଳେ ସେମାନଙ୍କୁ ନିଜର ସ୍ୱଅର୍ଜିତ ଧନ ଓ ସଂପତିରୁ ବିସ୍ଥାପିତ କରିବାକୁ ପର୍ଯ୍ୟାୟ କ୍ରମେ ଯୋଜନା ପରେ ଯୋଜନା ପ୍ରଣୟନ କରିଚାଲୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବହୁ ବିସ୍ଥାପିତ ହେବାକୁ ଥିବା ପରିବାରର ବ୍ୟକ୍ତିବିଶେଷ । ତେବେ ମୌଳିକ ସମସ୍ୟାର ନିରାକରଣ ପାଇଁ ପ୍ରାଚୀନଗର କଲୋନୀର କ୍ଷତିଗ୍ରସ୍ତ ଲୋକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଦରଖାସ୍ତ ମାଧ୍ୟମରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକାର ନହେବାରୁ ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ମାନ୍ୟବର କୋର୍ଟ ଭଦ୍ରକ ଜିଲାପାଳଙ୍କୁ ତାହାର ବିହିତ ପ୍ରତିକାର କରିବା ପାଇଁ ଆଦେଶ ଦେଇଥିଲେ । ଫଳରେ ଭଦ୍ରକ ଜିଲାପାଳ ଟାଉନ୍ ପ୍ଲାନିଂ ଡାଇରେକ୍ଟରଙ୍କୁ ବିହିତ ପଦକ୍ଷେପ ନେବାକୁ ଲିଖିତ ନିଦେ୍ର୍ଧଶନାମା ଦେଇ ଚୁପ୍ ହୋଇ ବସିଗଲେ । ଫଳରେ କ୍ଷତିଗ୍ରସ୍ତ ଲୋକମାନେ ନିରାଶ ହୋଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଡାଇରେକ୍ଟର ଟାଉନ୍ ପ୍ଲାନିଂ, ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ ଦରଖାସ୍ତ କରିଛନ୍ତି । ଏବଂ ସରକାର ଓ ପ୍ରଶାସନ ଏଭଳି ଜନ ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧô କରି ପ୍ରସ୍ତାବିତ ରାସ୍ତାକୁ ବିସ୍ଥାପିତ ହେବାକୁ ଯାଉଥିବା ଲୋକଙ୍କ ଜାଗାର ଦକ୍ଷିଣ ପାଶ୍ୱର୍ରେ ଖାଲିଥିବା ଚାଷଜମି ଉପର ଦେଇ ରୋଡ୍ ମ୍ୟାପ୍ର ପ୍ଲାନ୍ ଏବଂ ପ୍ରାଥମିକତା ପ୍ରଦାନ କଲେ ସରକାରଙ୍କ ସଂପତି ଅପବ୍ୟୟ ହୁଅନ୍ତା ନାହିଁ ବୋଲି ନିଜର ଅଭିଯୋଗରେ ଦର୍ଶାଇଛନ୍ତି । ଏହା କାର୍ଯ୍ୟକାରୀ ହେଲେ ଲୋକମାନେ ସ୍ୱଅର୍ଜିତ ସଂପତି ହରାଇ ବିସ୍ଥାପିତ ହୁଅନ୍ତେ ନାହିଁ ବୋଲି ସେମାନେ ଯୁକ୍ତି ବାଢିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରସ୍ତାବିତ ରାସ୍ତା ବିଷୟରେ ସାମରାଇପୁର ମୌଜା ପ୍ରାଚୀନଗର କଲୋନୀ ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ମୌଜାର ଲୋକମାନେ ଏ ସଂପର୍କରେ ବିନ୍ଦୁ ବିସର୍ଗ ମଧ୍ୟ ଜାଣିନାହାଁନ୍ତି । କେବଳ ସାମରାଇପୁର ମୌଜା ନୁହେଁ ଏହି ତ୍ରୁଟିପୂର୍ଣ୍ଣ ମାଷ୍ଟର ପ୍ଲାନ୍ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ବିଭିନ୍ନ ଅଂଚଳର ପରିବାର ବର୍ଗଙ୍କ ପକ୍ଷରୁ ଅଭିଯୋଗମାନ ଏବେ ଜିଲା ପ୍ରଶାସନ ନିକଟରେ ପହଞ୍ଚôବାରେ ଲାଗିଛି । ଏହି ଅଭିଯୋଗ ପତ୍ରରେ ମାଷ୍ଟର ପ୍ଲାନ୍ ପାଇଁ ଆକାଶ ମାର୍ଗରୁ ସର୍ଭେ କରିଥିବା ଓରସାକ୍ ପକ୍ଷରୁ ବିଭିନ୍ନ ଦିଗ ଗୁଡିକ ଅଣଦେଖା କରାଯାଇଥିବା ନେଇ ବିରୋଧାଭାଷର ସ୍ୱର ଉଠିଛି । ତେବେ ଏହି ମାଷ୍ଟର ପ୍ଲାନ୍କକୁ ଟେକ୍ନିକାଲ କୋର କମିଟିର ଫିଜିବିଲିଟି ରିପୋର୍ଟ ମୂଳେ ଗତ ୨୦୧୭ ଜୁନ୍ ୨୮ ତାରିଖରେ ଓଡ଼ିଶା ଟାଉନ୍ ପ୍ଲାନିଂ କର୍ତୃପକ୍ଷଙ୍କ ନିଦେ୍ର୍ଧଶକ ଚିଠି ନଂ ୩୦୬୩ ରେ ଚୂଡାନ୍ତ ମାଷ୍ଟର ପ୍ଲାନ୍ର ସ୍ୱୀକୃତି ପ୍ରଦାନ କରାଯାଇଛି । ଫଳରେ ଏହା ପାଇବା ପରେ ଓଟିପି ଏଣ୍ଡ ଆଇଟି ଆକ୍ଟ ୧୯୫୬ ର ଧାରା ୩୨ ଅନୁଯାୟୀ ଓଡ଼ିଶା ଗେଜେଟ୍ ବିଜ୍ଞପ୍ତି ନଂ ୧୨୦୧ / ୧୭.୦୭.୧୭ ରିଖରେ ତାହା ପ୍ରକାଶ ପାଇଛି । ତେବେ ସାମରାଇପୁର ଅଂଚଳର ଗଗନ ରାଉତ ଓ କାର୍ତିକ ଚନ୍ଦ୍ର ମହାପାତ୍ରଙ୍କ ଆବେଦନ ଡବ୍ଲୁ୍ୟପି (ସି) ୨୦୯୧ ମୂଳେ ଉଚ୍ଚ ନ୍ୟାୟାଳୟ ତାହା ଗ୍ରହଣ କରି ଜିଲାପାଳଙ୍କୁ ତାହାର ସମାଧାନ ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏହି ନିଦେ୍ର୍ଧଶ ମୂଳେ ପ୍ରଶାସନ ପକ୍ଷରୁ ପୌରପାଳିକା ଓ ଟାଉନ୍ ପ୍ଲାନିଂ କର୍ତୃପକ୍ଷଙ୍କୁ ନେଇ ଗଠିତ ଏକ ମିଳିତ ଟିମ୍ ଦ୍ୱାରା ଅଭିଯୋଗ ସଂପର୍କରେ ଯେଉଁ ତଦନ୍ତ କରାଯାଇଥିଲା, ସେଥିରେ ଉକ୍ତ ଅଂଚଳ କ୍ଷତିଗ୍ରସ୍ତ ହେବାର ଜଣାପଡିଛି । ଫଳରେ ଟାଉନ୍ ପ୍ଲାନିଂ ଏମ୍ପାୱାରମେଂଟ ଟ୍ରଷ୍ଟ ଆକ୍ଟ ୧୯୫୬ ର ଧାରା ୩୩ (୪) ମୂଳେ ଉକ୍ତ ଅଭିଯୋଗ ଗୁଡିକର ପୁନଃ ବିଚାର ପାଇଁ ପ୍ରଶାସନ ପକ୍ଷରୁ ଟାଉନ୍ ପ୍ଲାନିଂ ନିଦେ୍ର୍ଧଶକଙ୍କୁ ଅବଗତ କରାଯାଇଛି । ଏଥିସହ ମାଷ୍ଟର ପ୍ଲାନ୍ର ଅନ୍ତର୍ଭୁକ୍ତ ଅଂଚଳ ଗୁଡିକର ଚିହ୍ନଟ ଜମିରେ ଯେଭଳି କୌଣସି ନିର୍ମାଣ କାର୍ଯ୍ୟ ଜାରି ନରହେ, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ଟାଉନ୍ ପ୍ଲାନିଂ କର୍ତୃପକ୍ଷ ଓ ତହସିଲଦାରଙ୍କୁ ଜିଲାପାଳ ନିଦେ୍ର୍ଧଶ ଦେଇଥିବାର ଜଣାପଡିଛି ।
Related Stories
November 24, 2024
November 24, 2024