ଭଦ୍ରକ – ମହିଳା ଶିଶୁ ବକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ – ୨୦୧୯’ ଆଜି ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲାରେ ଥିବା ୯ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା – ଏକକ ସଂଗୀତ, ପ୍ରତିଭା ଅନ୍ୱେଷଣ ଏବଂ ଦଳଗତ ନୃତ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭାରେ ଭଦ୍ରକ ମାନ୍ୟବର ବିଧାୟକ ସଂଜୀବ କୁମାର ମଲ୍ଳିକ ମହୋଦୟ ପ୍ରଦୀପ ପ୍ରଜ୍ୱଳନ କରି ସଭାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଜ୍ଞାନ ଦାସ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ସୁଦର୍ଶନ ବାରିକ, ପ୍ରାକ୍ତନ ଶିଶୁ ମଙ୍ଗଳ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ପୂର୍ବତନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପଦ୍ମନ ରାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ତାଙ୍କ ଭାଷଣରେ ଜିଲ୍ଳାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ କହିଥିଲେ । ଜିଲ୍ଳାପାଳ ଶ୍ରୀଯୁକ୍ତ ଦାସ ତାଙ୍କ ଭାଷଣରେ ଭଦ୍ରକ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା ଅନୁଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ପିଲାମାନେ ଉତ୍ସବରେ ଭାଗ ନେଇ ଭବିଷ୍ୟତରେ ଉନ୍ନତି କରିବା ପାଇଁ କହିଥିଲେ । ମହକ ଆୟୋଜନ ବହୁତ ଉଚ୍ଚକୋଟିର ହୋଇ ପାରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନା ମଙ୍ଗଳ ସମିତିର ଅଧ୍ୟକ୍ଷ ସୁଦର୍ଶନ ବାରିକ କରିଥିଲେ । ପିଲାମାନଙ୍କ ମଧ୍ୟରେ ଦୁଇ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକମାନଙ୍କ ଦ୍ୱାରା ପ୍ରତିଯୋଗିତାକୁ ତଦାରଖ କରାଯାଇ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ହିସାବ ରକ୍ଷକ ଧୀରଜ କୁମାର ବାରିକ, ବାହ୍ୟକର୍ମୀ ମହେଶ ଚନ୍ଦ୍ର ଦାଶ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଅଧୀକ୍ଷକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଯଥା ହୃଷିକେଶ ମହାନ୍ତି, ଧନଞ୍ଜୟ ଜେନା, ଜ୍ୟୋତି ପ୍ରକାଶ ପତି, ସସ୍ମିତା ନାୟକ ନିବେଦିତା ଲେଙ୍କା, ସତ୍ୟାଦେବ ପାତ୍ର, ରଶ୍ମିରଂଜନ ବେହେରା, ପ୍ରତ୍ୟେକ ଅନୁଷ୍ଠାନର ସମ୍ପାଦକମାନେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳିମାନେ ରାଜ୍ୟସ୍ତରୀୟ ମହକ ଉତ୍ସବରେ ଭାଗ ନେବେ ।
Related Stories
November 24, 2024
November 24, 2024