
ମାଲକାନଗିରି, ପ୍ରତିକୁଳ ପରିସ୍ଥିତି ସ୍ୱତେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳ ର ପଣସପୁଟ ପଞ୍ଚାୟତ ଘନବେଢ଼ା ଠାରେ ପ୍ରତିଷ୍ଠା ହୋଇଛି ଏକ ନୂଆ ବିଏସଏଫ କ୍ୟାମ୍ପ । ବିଏସଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂ, ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସାଇ ମିନା , ବିଏସଏଫ କମାଣ୍ଡାଣ୍ଡ ଆର ଏସ ମୀଞ୍ଜ, ଡେପୁଟି କମାଣ୍ଡାଣ୍ଡ ଏକେ ଆନଥୋନି,ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ଉପସ୍ଥିତିରେ ଏସଓଜି, ଡିଭି ଏଫ ଓ ବିଏସଏଫ ନବମ କମ୍ପାନୀ ବାଟାଲିଅନଙ୍କ ମିଳିତ ସହଯୋଗରେ ଏହି ନୂଆ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ସତ୍ତ୍ୱେ ପ୍ରଥମ ଦିନରେ କ୍ୟାମ୍ପର ସ୍ଥାନ ଚି଼ହ୍ନଟ କରାଯିବା ସହ କ୍ୟାମ୍ପ ପରିସୀମା ଚାରିପଟକୁ ତାର ଜାଲି ଘେରାଉ କରାଯାଇଛି! ମାଓଦମନକୁ ଜୋର ଜାର କରିବାପାଇଁ ପ୍ରଥମେ ବଡପଦର, ହନ୍ତାଳଗୁଡ଼ା, ଦାରଲାବେଢାରେ ବିଏସଏଫ କ୍ୟାମ୍ପ ସହ ଯୋଡାମ୍ବ ଓ ଗୋରସେତୁରେ ମଧ୍ୟ ବିଏସଏଫ କ୍ୟାମ୍ପ ଏବଂ ଯୋଡ଼ାମ୍ବ ଥାନା ନିର୍ମାଣ କରାଯାଇଥିଲା ଉନୟନମୂଳକ କାମକୁ ଆଗେଇ ନେବା ତଥା ମାଓ ଦମନ ପାଇଁ ଆଜି ଘନବେଢ଼ା ଠାରେ ବିଏସଏଫ କ୍ୟାମ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି! ଉକ୍ତ ଅଞ୍ଚଳ ଦୀର୍ଘ ବର୍ଷ ଧରି ବିଛି ନ୍ନାଚଳ ରୂପେ ପରିଚିତ ଥିଲା । ଦୁର୍ଗମ ଓ ପାହାଡିଆ ଅଞ୍ଚଳ ହୋଇଥିବାରୁ ମାଓବାଦୀଙ୍କ ଚରାଭୂଇଁ ରୂପେ ପରିଚିତ ଥିଲା, ଗୁରୁପ୍ରିୟା ଶେତୁ ହେବା ପରେ ବଦଳିବାରେ ଲାଗିଛି ଏହି ଅଂଚଳର ସ୍ଥିତି । ଗାଁ ଗାଁ କୁ ରାସ୍ତାଘାଟ ନିର୍ମାଣ ସହ ସରକାର, ଓଡିଶା ପୁଲିସ ଏବଂ ଜିଲା ପ୍ରଶାସନଙ୍କ ଉଦ୍ୟମରେ ଶିକ୍ଷା, ଓ ସ୍ୱାସ୍ଥ୍ୟସେବା ଭଳି ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏହି ଅଂଚଳରେ ଆରମ୍ଭ କରାଯାଇଛି । ଲୋକେ ଧୀରେ ଧୀରେ ପ୍ରଶାସନକୁ ସହଯୋଗ କରିବା ସହ ସରକାରୀ ଯୋଜନାରେ ସାମିଲ ହେଉଛନ୍ତି!