
ନୂଆପଡା, ନୂଆପଡା ଜିଲ୍ଲା ଗୁରୁକୂଳ ଆଶ୍ରମ ହରିପୁର ତରଫରୁ ଗୋଡଫୁଲା ଓ ଦର୍ଲିମୁଣ୍ତା ପଞ୍ଚାୟତର ଗରୀବ ଅସହାୟ ବିଧବା ଓ ଭିନ୍ନକ୍ଷମଙ୍କୁ ଅନ୍ନବସ୍ତ୍ର ବଣ୍ଟନ କରାଯାଇଛି । ୨ ପଞ୍ଚାୟତର ୬୦୦ ଜଣ ଗରୀବ ଅସହାୟ ବିଧବା ଓ ଭିନ୍ନକ୍ଷମଙ୍କୁ ୨୫ କିଗ୍ରା ଲେଖାଏଁ ଚାଉଲ ପକେଟ ସହ ଶାଢୀ ବଣ୍ଟନ କରାଯାଇଛି । ୨ ଦିନିଆ ସ୍ୱତନ୍ତ୍ର ଉତ୍ସବରେ ଗୁରୁକୂଳ ଆଶ୍ରମ ହରିପୁରର ମୁଖ୍ୟ ସୁଦର୍ଶନ ଜୀ, ଆଶ୍ରମର ସହଯୋଗୀ ପ୍ରସନ୍ନ କୁମାର ପାଢୀ, ଦିଲ୍ଲୀପ ଜିଜ୍ଞାଷୁ ପ୍ରମୁଖ ଉପସ୍ଥିତ ଥିଲେ ।