
କୋରେଇ , ଦିନକୁ ଦିନ ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଖରପି ଚାଷ ଆରମ୍ଭ ରୁ ଅନାବୃଷ୍ଟି ଯୋଗୁ ଧାନ ଚାଷ ପ୍ରଭାବିତ ହୋଇଥିଲା। ଯାହା ଦ୍ବାରା ମାତ୍ର20ଭାଗ ଜମିରେ ବୋହୂ କଷ୍ଟ ରେ ଚାଷ ଜମିରେ ପାଣି ମାଡ଼ି ଚାଷ କରିଥିଲା ଚାଷୀ। ଚାଷୀଟି ଭାବିଥିଲା କିଛି ନହୋଉ ପଛେ ନିଜର ଖାଇବା ପାଇଁ ଚାଷ କରିଥିଲା । ହେଲେ ଅମଳ ସମୟ ମଧ୍ୟରେ ହୋଇଥିଲା ବାତ୍ୟା ଓ ବର୍ଷା ।ଏହା ହେବା ଫଳରେ ଚାଷୀ ମୁଣ୍ଡରେ ପଡି ଥିଲା ଚଡକ । ଜଳ ନିଷ୍କାସନ ହୋଇ ପାରି ନ ଥିଲା ଫଳରେ ଧାନ ବିଲରେ ଧାନ ଗଜା ହୋଇଥିଲା । ଏହା ସବୁ ସତ୍ୟ ବି ଚାଷୀ ପାଣି ଜମି ଥିବା ଚାଷ ଜମିରୁ ଧାନ କୁ ଛାଣି ବାରେ ଲାଗି ଅମଳ କରୁଥିଲା ।ଜେନେ ତେନେ ପ୍ରକାରେ ଚଷା ପୁଅଟି ତାର ଖାଇବା ପାଇଁ ଦାନା ଦିଟା କୁ ଅମଳ କରୁଥିଲା ହେଲେ କଣ ହେବ ଗତ କାଲି ସକାଳୁ ଲାଗି ରହିଥିଲା ପ୍ରବଳ ବର୍ଷା । ଯାହା କି ଚାଷୀ ମୁଣ୍ଡ ରେ ପଡିଥିଲା ଚଡକ । ଏଥିରେ ଚାଷ ଜମିରେ ବର୍ଷା ପାଣି ଜମି ରହିଥିଲା ।ଏବେ ଧାନ ସବୁ ଅମଳ କରିବା ସମ୍ଭବ ନୁହେଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ତୁରନ୍ତ ଗିରଫ ଚାଷ ର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଓ ଋଣ କରିବା ଚାଷୀ ଙ୍କୁ ଋଣ ଛାଡ କରିବା ପାଇଁ ସାଧାରଣ ଲୋକ ଦାବି କରିଛନ୍ତି।