ଭଦ୍ରକ – ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଗଣତାନ୍ତ୍ରିକ ମହିଳା ସମିତି ଭଦ୍ରକ ଜିଲ୍ଲା କମିଟି ଆନୁକୁଲ୍ୟରେ “ସାମ୍ପ୍ରତିକ ପରିସ୍ଥିତିରେ ନାରୀ” ଶୀର୍ଷକ ଆଲୋଚନା ଚକ୍ର ଅନୁÂିତ ହୋଇଯାଇଅଛି । ସଭ୍ୟତା ଆରମ୍ଭରୁ ମହିଳାମାନଙ୍କର ଭୂମିକା ସମାଜ ବିକାଶରେ ଅତ୍ୟତ୍ର ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କ ବିକାଶ ବାଧା ସୃଷ୍ଟି ହୋଇଥାଏ । ସମୟର ପରିବର୍ତନରେ ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି ତାର ସ୍ଥିତି ବଜାଇ ରଖିବାକୁ ଚେଷ୍ଟା କରିଛି । କିନ୍ତୁ ସମାଜର ଆଭିମୁଖ୍ୟ ସାମାଜିକ, ରାଜନୈତିକ, ଅର୍ଥନୈତିକ କ୍ଷେତ୍ରରେ ଅନେକ ବାଧା ସୃଷ୍ଟି ହେଉଛି । ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଗଣତାନ୍ତ୍ରିକ ମହିଳା ସମିତିର ସର୍ବଭାରତୀୟ ଉପସଭାନେତ୍ରୀ ତଥା ନାରୀ ଆନେ୍ଦାଳନର ଅନ୍ୟତମ ପୁରୋଧା ସୁଭାସିନୀ ଅଲ୍ଲୀ, ଜାତୀୟ ସଂହତି, ସମ୍ବିଧାନ ଓ ଅଧିକାରଙ୍କୁ ରକ୍ଷା କରିବା ପାଇଁ ଆହ୍ୱାନ ଆସିଛି । ସେ ଆହ୍ୱାନକୁ ପରିବର୍ତନ ରୂପେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ, ରାଧାରାଣୀ ମହାପାତ୍ର, ସୋଫିଆ ଶେଖ, ମମତା ଜେନା ବକ୍ତବ୍ୟ ରଖିଥିଲେ । ସଂଗଠନର ସଭାନେତ୍ରୀ ପ୍ରଭାତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁÂିତ ସଭାରେ ରାଜ୍ୟ ଉପସଭାନେତ୍ରୀ ·ରୁଲତା ମହାପାତ୍ର ଉଦେ୍ଧଶ୍ୟ ଜ୍ଞାପନ କରିଥିବାବେଳେ ଜିଲ୍ଲା ସମ୍ପାଦିକା ମମତା ଜେନା ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ସର୍ବଭାରତୀୟ ନେତ୍ରୀ ସୁହାସିନୀ ଅଲ୍ଲୀଙ୍କୁ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସିପିଆଇଏମ ର ଦିବ୍ୟସିଂ ନାୟକ, ରାଧା ଦାସ, ପ୍ରତାପ ସେଠୀ, ମୀର ମଇମୈତୁନ, ପ୍ରଭାସ ମହାପାତ୍ର, ପ୍ରହ୍ଲାଦ ପତି, ପ୍ରଦୀପ ଦାସ, ପ୍ରାଧ୍ୟମିକ ଶିକ୍ଷକ ସଂଘର ଭାସ୍କର ନାୟକ, ନିରଂଜନ ପାଣି, ଅଭିଳାଶ ମଲ୍ଲିକ, ମଳୟ ଭୂଇ, ସୀତା ଦାସ, କାଳନ୍ଦୀ ପାତ୍ର, ପବନ ଶର୍ମା, ସୂର୍ଯ୍ୟକାନ୍ତ କୁଅଁର, ଅବଦୁଲ ରବ, ଅଜୟ ନାୟକ, ଝରଣ ପଟ୍ଟନାୟକ, ବିସ୍ମିତା ଜେନା, ସୁମତୀ ନାୟକ, ଗିରିଧାରୀ ନାଥ, ପରଜିତ୍ କାଉର ଆଦି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଭଦ୍ରକ ମାଟିରେ ପ୍ରତିଦିନ ମହିଳା ଓ ଅବହେଳିତ ବର୍ଗର ମଣିଷ ପାଇଁ ଲଢେ଼ଇ କରୁଥିବା ସୁରଜିତା ନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Related Stories
March 28, 2024
March 28, 2024